SunstarTV
ପ୍ରକାଶ ପାଇଲା ଦଶମ ବୋର୍ଡ ରେଜଲ୍ଟ। ଚଳିତ ବର୍ଷ ଦଶମ ପାସ୍ ହାର ୯୬% ରହିଛି। ଆଜି ଅପରାହ୍ନରେ ମିଳିବ ଡିଜିଟାଲ ସାର୍ଟିଫିକେଟ। ଅପରାହ୍ନ ୪ଟାରେ ଏହି ସୂଚନା ମିଳିବ । ଚଳିତ ଥର ୯୬ % ପ୍ରତିଶତ ରଖି ବାଜି ମାରିଛନ୍ତି । ପୁଅ ମାନଙ୍କ ପାସ ହାର ୯୫ ପ୍ରତିଶତ ଅଛି । ୧୧.୩୦ରେ ଓ୍ବେବସାଇଟ୍ ରେ ରେଜଲ୍ଟ ଚେକ କରି ପାରିବେ । ୨୯ ରୁ ୧୨ ଜୁନ ଭିତରେ ପିଲା ମାନେ ତାଙ୍କର ଖାତା ଚେକ ପାଇଁ ଆବେଦ କରିପାରିବେ । ୧୦ ଜୁନରେ ପିଲା ମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ କରିପାରିବେ।
www.bseodisha.ac.in ରେ ମିଳିବ ରେଜଲ୍ଟ । ଅପରାହ୍ନରେ ମିଳିବ ଡିଜିଟାଲ ସାର୍ଟିଫିକେଟ୍ । SMS ମାଧମରେ ମଧ୍ୟ ଜାଣି ହେବ ରେଜଲ୍ଟ । OR10_ରୋଲନମ୍ବର ଲେଖି ୫୬୭୬୭୫୦କୁ ସେଣ୍ଡ୍ କରିବାକୁ ପଡିବ । ଆଜି ହିଁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ବୋର୍ଡ ୱେବସାଇଡରେ ଡାଉନଲୋଡ କରିହେବ ଡିଜିଟାଲ ସାର୍ଟିଫିକେଟ । ସେହିପରି ହ୍ବାଟସଆପରେ ବି ମିଳିପାରିବ ସାର୍ଟିଫିକେଟ । ହ୍ବାଟସଆପ୍ ନମ୍ବର ହେଉଛି ୭୭୧୦୦୫୮୧୯୨ ।
ସେହିଭଳି ଆଜି ଅପରାହ୍ନ ରେଦ୍ବାଦଶ ରେଜଲ୍ଟ ବି ଆସିବ । ମେ ୨୨ତାରିଖରେ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲା CHSE ବୋର୍ଡ । ଏହି ଘୋଷଣା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସମ୍ବନ୍ଧିତ ରହିଛି । ଆସନ୍ତା ମେ’ ୨୬ ତାରିଖରେ ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ। www.orissaresults.nic.inରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ ।