SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡର କିଙ୍ଗଖାନ ଶାହରୁଖ ଗତ ୨୨ ତାରିଖରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ଡାକ୍ତର ତାଙ୍କର ଚିକିତ୍ସା କରିବା ସହ ହସ୍ପିଟାଲରେ ଆଡମିଟ ମଧ୍ୟ କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ ଚିନ୍ତାରେ ପଡିଯାଇଥିଲେ ପ୍ରଶଂସକ । ଆଉ ଶାହରୁଖ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବାକୁ ଅପେକ୍ଷା କରି ବସିଥିଲେ । ତେବେ ଶାହରୁଖ କାହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ କେମିତି ଅଛି ତାକୁ ନେଇ ଅନେକ ଫ୍ୟାନ୍ସ ଚିନ୍ତାରେ ଅଛନ୍ତି । ତେବେ ଶାହରୁଖଙ୍କ ସ୍ୱାସ୍ଥ୍ୟବସ୍ତାକୁ ନେଇ ବର୍ତ୍ତମାନ ଏକ ଭଲ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ପ୍ରଶଂସକଙ୍କ ମନରେ ଖେଳି ଯାଇଛି ଖୁସିର ଲହରୀ । କିଙ୍ଗ ଖାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ଏହାପରେ ଶାହରୁଖ ନିଜର ବ୍ୟକ୍ତିଗତ ଚାର୍ଟାର୍ଡ ବିମାନରେ ଅହମ୍ମଦାବାଦରୁ ମୁମ୍ବାଇ ଫେରିଛନ୍ତି । ସେ ଗତକାଲି ସଂନ୍ଧ୍ୟାରେ ଅହମ୍ମଦାବାଦରୁ ମୁମ୍ବାଇରେ ପହଁଞ୍ଚିଥିବାବେଳେ । ପ୍ରଶଂସକମାନେ ତାଙ୍କର ଟିକେ ଝଲକ ଦେଖିବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ଫ୍ୟାନ୍ସଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ ।
ବର୍ତ୍ତମାନ କେମିତି ଅଛି କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟ ?
ନିକଟରେ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଏକ ଅପଡେଟ୍ ଦେଇଥିଲେ । କିଙ୍ଗ ଖାନଙ୍କ ମ୍ୟାନେଜର ଏହି ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଶାହରୁଖଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ଭଲ ଅଛି । ପୂଜା ଲେଖିଛନ୍ତି- ‘ମୁଁ ମିଷ୍ଟର ଖାନଙ୍କ ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକଙ୍କୁ କହିବାକୁ ଚାହେଁ ଯେ ତାଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି । ତୁମର ସମସ୍ତ ପ୍ରେମ, ପ୍ରାର୍ଥନା ଏବଂ ଚିନ୍ତା ପାଇଁ ଧନ୍ୟବାଦ ।
ଶାହରୁଖ ଖାନଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ଆସିବା ପରେ ପତ୍ନୀ ଗୌରୀ ଖାନ ମଧ୍ୟ ଡାକ୍ତରଖାନାରେ ପହଁଞ୍ଚିଥିଲେ । ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଡିହାଇଡ୍ରେସନ ଯୋଗୁଁ ଶାହରୁଖାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଶାହାରୁଖଙ୍କ ବନ୍ଧୁ ତଥା ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ ଅଭିନେତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଁଞ୍ଚିଥିଲେ, ଯିଏ କି କିଙ୍ଗ ଖାନଙ୍କ ଉପରେ ସ୍ବାସ୍ଥ୍ୟ ଅପଡେଟ୍ ମଧ୍ୟ ଦେଇଥିଲେ । ଶାହରୁଖ ଖାନଙ୍କ ବିଷୟରେ ସୂଚନା ଦେବାବେଳେ ଜୁହି ଚାୱଲା କହିଥିଲେ ଯେ – ‘ଶାହରୁଖ ମଙ୍ଗଳବାର ରାତିରୁ ଭଲ ନଥିଲେ ମଧ୍ୟ ବର୍ତ୍ତମାନ ସେ ବହୁତ ଭଲ ଅନୁଭବ କରୁଛନ୍ତି । ଭଗବାନଙ୍କ ଇଚ୍ଛାରେ, ଶାହରୁଖ ଶୀଘ୍ର ଭଲ ହେବେ ଏବଂ ଦଳ ଫାଇନାଲ୍ ଖେଳୁଥିବା ବେଳେ ସପ୍ତାହ ଶେଷରେ ଷ୍ଟାଡିୟମରେ ଦଳକୁ ଉତ୍ସାହିତ କରିବେ ।
ଗତ ୨୨ ତାରିଖରେ IPL ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ହଠାତ ଅସୁସ୍ଥ ହୋଇପଡିଥିଲେ କିଙ୍ଗ ଖାନ । ଡିହାଇଡ୍ରେସନ୍ ହେତୁ ଶାହରୁଖ ଖାନଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୪ ଟା ସମୟରେ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କ ଦଳ କୋଲକତା ନାଇଟ୍ ରାଇଡର୍ସକୁ ସମର୍ଥନ କରିବା ପାଇଁ ଶାହରୁଖ ଅହମ୍ମଦାବାଦରେ ପହଁଞ୍ଚିଥିଲେ । କିଙ୍ଗ ଖାନ ଅହମ୍ମଦାବାଦର ଆଇଟିସି ନର୍ମଦା ହୋଟେଲରେ ରହିଥିଲେ ।