SunstarTV
ଲୋକସଭା ନିର୍ବାଚନ ୨୦୨୪ ର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଆଜି ଆରମ୍ଭ ହେଇ ଯାଇଛି | ଏହା ଭିତରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ସାଂସଦ ରାହୁଲ ଗାନ୍ଧୀ ଭୋଟ୍ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭୋଟ୍ ଦେବାକୁ ଆସିଛନ୍ତି। ଭୋଟ୍ ଦେବା ପରେ ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସହ ସେଲଫି ନେଉଥିବାର ନଜର ଆସିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ରାହୁଲ ଗାନ୍ଧୀ ତାଙ୍କର ଏହି ଫଟୋ କୁ ତାଙ୍କ x ହ୍ୟାଣ୍ଡେଲ ରେ ପୋଷ୍ଟ କରି ବିଜେପି ଉପରେ ବାର୍ଷିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ଭୋଟ୍ ଏବଂ ଆପଣଙ୍କର ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ। ଆପଣ ଯଦି ସଠିକ ସରକାର ବାଛନ୍ତି ତେବେ ୩୦ଲକ୍ଷ ଖାଲି ସରକାରୀ ପଦବୀରେ ନିଯୁକ୍ତି ଏବଂ ଯୁବକମାନଙ୍କ ପାଇଁ ବର୍ଷକୁ ୧ ଲକ୍ଷ ଟଙ୍କା ପ୍ରଥମ ରୋଜଗାର ଗ୍ୟାରେଣ୍ଟି ଯୋଜନା ଆରମ୍ଭ ହେବ।
ରାହୁଲ ଗାନ୍ଧୀ କହିଛନ୍ତି, ମାସକୁ ୮୫୦୦ ଟଙ୍କା କିଛି ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ ହେବ । କୃଷକମାନଙ୍କ ଉପରୁ ଋଣମୁକ୍ତ ହେବା ଏବଂ ସେମାନେ ସେମାନଙ୍କର ଫସଲ ଉପରେ ସଠିକ୍ MSP ପାଇବେ |
ଏହା ସହ ଶ୍ରମିକମାନେ ଦୈନିକ ୪୦୦ ଟଙ୍କା ବେତନ ପାଇବା ସହ , ଆପଣଙ୍କର ଭୋଟ୍ କେବଳ ଆପଣଙ୍କ ଜୀବନରେ ଉନ୍ନତି ଆଣିବ ନାହିଁ ବରଂ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ମଧ୍ୟ କରିବ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଭୋଟ୍ ଦେଇ ଗଣତନ୍ତ୍ରର ଏହି ମହୋତ୍ସବରେ ମୁଁ ଏବଂ ମାଆ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲୁ। ଆପଣ ସମସ୍ତେ ନିଜ ଘରୁ ବାହାରି ବହୁ ସଂଖ୍ୟାରେ ଆପଣଙ୍କର ଅଧିକାର ଏବଂ ଆପଣଙ୍କ ପରିବାରର ଭବିଷ୍ୟତ ପାଇଁ ଭୋଟ୍ ଦିଅନ୍ତୁ ।
ସୂଚନା ମୁତାବକ କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀର ଔରଙ୍ଗଜେବ ଲେନରେ ଅବସ୍ଥିତ ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି। ଏଥିସହିତ ସୋନିଆ ଗାନ୍ଧୀ ନିର୍ବାଣ ଭବନରେ ଅବସ୍ଥିତ ମତଦାନ ବୁଥକୁ ଯାଇ ଭୋଟ୍ ଦେଇଛନ୍ତି।