Sunstar TV
ଆକାଶରୁ ହେଉଛି ଅଗ୍ନିବର୍ଷା । ଅଂଶୁଘାତର ଶିକାର ହେଲେଣି ଶହଶହ ଲୋକେ । ମେଡିକାଲରେ ମିଳୁନି ବେଡ୍ । ଧିରେ ଧିରେ ବଢୁଛି ତାପମାତ୍ରା । ପାରଦ ୫୦ ଡିଗ୍ରୀ ପାର କରିଥିବା ବେଳେ ଅଂଶୁଘାତରେ ଆକ୍ରାନ୍ତ ହେଲେଣି ହଜାର ହଜାର ଲୋକ । ଗୋଟେ ପଟେ ଖରାର ପ୍ରକୋପ ଟାଇଁଟାଇଁ ଥିବା ବେଳେ ଆଉ ଗୋଟେ ପଟେ ବାତ୍ୟାର ପ୍ରଭାବ ମଣିଷକୁ କଲବଲ କରୁଛି । ଆଉ ଠିକ୍ ଏତିକି ବେଳେ ବି ତତଲା ତାୱାରେ ସିଜୁଛି ଏହି ସ୍ଥାନ । ଯେଉଁଠି କି ତାପମାତ୍ରା ୫୦ ଡିଗ୍ରୀ ଉପରେ ରହିଛି । ଏମିତି କି ଆକାଶରୁ ବର୍ଷୁଛି ଅଗ୍ନି ବର୍ଷା । ତେବେ ଖରାର ପ୍ରଭାବରେ ଏବେ ଶହଶହ ଲୋକ ଅଂଶୁଘାତର ଶିକାର ହେଉଛନ୍ତି । ଦିନକୁ ଦିନ ବଢୁଛି ତାପମାତ୍ରା । ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମପ୍ରଭାବ ଜାରି ରହିଛି । ଏଠାରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି । ଫଳରେ ଲୋକମାନେ ଅଂଶୁଘାତର ଶିକାର ହେଉଛନ୍ତି । ହେଲେ ପାକିସ୍ତାନରେ ସତେ ଯେମିତି ଅଗ୍ନି ବର୍ଷା ହେଉଛି । ପାକିସ୍ତାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି । ସେପେଟେ ଖରାର ପ୍ରକୋପକୁ ଲୋକେ ସହି ପାରୁନଥିବା ବେଳେ ମୁନ୍ଦାଏ ପାଣି ବି ପିଇବାକୁ ମିଳୁନି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅତ୍ୟଧିକ ଗରମ ହେଉଥିବା ଅନୁମାନ କରାଯାଇଛି ।