Sunstar TV
ଆଜି ସରୁଛି ଚଳିତ ବର୍ଷର ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ । ଏହି ଇଭେଣ୍ଟ ମେ ୧୪ ରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହାର ଶେଷ ଦିନ । ଏହି ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ଚମକୁଛି ଭାରତ । ଅନେକ ଭାରତୀୟ ଫିଲ୍ମ ପ୍ରିମିୟର ସହ ଅନେକ ଫିଲ୍ମ ପୁରସ୍କୃତ ହୋଇଛି । ତେବେ ଏହାରି ଭିତରେ ସବୁଠୁ ବଡ କଥା ହେଉଛି ଦୀର୍ଘ ୧୭ ବର୍ଷ ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇଥିଲେ ପ୍ରୀତି ଜିଣ୍ଟା । ପ୍ରୀତିଙ୍କ ୟୁନିକ ଲୁକ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚାର ଚାନ୍ଦ ଲଗାଇଛି । ତାଙ୍କର ଏହି ଫୋଟ୍ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।କାନ୍ସରୁ ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ହ୍ୱାଇଟ ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ପ୍ରୀତି କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜର ଜଲୱା ଦେଖାଇବା ପୂର୍ବରୁ ଫ୍ରାନ୍ସର ନଦୀ ପାର୍ଶ୍ୱରେ ଫଟୋସୁଟ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ସେୟାର କରାଯାଇଛି । ସୂଚନା ଥାଉ କି, କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରୀତି ଜିଣ୍ଟା ଭାରତୀୟ ସିନେମାଟୋଗ୍ରାଫର ସନ୍ତୋଷ ଶିବନଙ୍କୁ ପିଆର ଆଞ୍ଜେନିଅକ୍ସ ପୁରସ୍କାର ପ୍ରଦାନ କରିବେ। ଶିବନ, ଯିଏ ପ୍ରୀତି ଜିଣ୍ଟାଙ୍କ ଡେବ୍ୟୁ ଫିଲ୍ମ ‘ଦିଲ ସେ’ର ସିନେମାଟୋଗ୍ରାଫର ଥିଲେ । ବର୍ତ୍ତମାନ, ସେ ପ୍ରୀତି ଜିଣ୍ଟାଙ୍କ କମବ୍ୟାକ ଚଳଚ୍ଚିତ୍ର ଲାହୋର ୧୯୪୭ରେ ବି ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟ କରିବେ । ପ୍ରୀତି ଜିଣ୍ଟାଙ୍କ ଏହା ପ୍ରଥମ କାନ୍ସ ଯାତ୍ରା ନୁହେଁ । ୨୦୦୬ରେ, ପ୍ରୀତି ପ୍ୟାରିସ୍, ଜେ ତାଇମେ ଏବଂ ଦ ୱିଣ୍ଡ ଦେଟ ଶେକ୍ ବାର୍ଲିର ପ୍ରିମିୟମରେ ଯୋଗ ଦେଇ କାନ୍ସ ଡେବ୍ୟୁ କରିଥିଲେ । ସେ ୨୦୧୩ ରେ ହାଇ-ଏଣ୍ଡ ୱାଚ୍ କମ୍ପାନୀ ଚୋପାର୍ଡର ବ୍ରାଣ୍ଡ ଆମ୍ବାସାଡର ଭାବରେ ଏହି ଉତ୍ସବକୁ ଫେରିଥିଲେ । ଏବେ ପୁଣି ସେ ୧୭ ବର୍ଷ ପରେ କାନ୍ସକୁ ଫେରିଛନ୍ତି । ବର୍ତ୍ତମାନ ତାଙ୍କ ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।