SUNSTARTV
ବୋଲଗଡ: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁଛି । ଓଡିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ହେଉଛି ଭୋଟ । ଯେଉଁଥିରେ ରାଜ୍ୟର ହେବିୱେଟ ନେତା ସେମାନଙ୍କ ଭାଗ୍ୟ ପରିକ୍ଷା କରୁଛନ୍ତି । ଏହାରି ଭିତରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ଦେଖାଇଛନ୍ତି ତାଙ୍କ ଦବଙ୍ଗଗିରି । ସେ ବୁଥରେ ପଶି ଇଭିଏମ ମେସିନ ଭାଙ୍ଗିବା ସହ ରିଟର୍ଣ୍ଣିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛିନ୍ତି । ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ ।
ପ୍ରଶାନ୍ତ ୨୦୧୯ରୁ ୨୦୨୪ ଯାଏଁ ଚିଲିକା ବିଧାୟକ ରହିଥିବା ବେଳେ ବର୍ତ୍ତମାନ ସେ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ତେବେ ପ୍ରାଶାନ୍ତ ଜଗଦ୍ଦେବ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆପାଟଣାର ୧୧୪ ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି । ଏଥିସହିତ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡିଛି । ପୂର୍ବରୁ ପ୍ରଶାନ୍ତ ନାଁରେ ଏହିପରି ଅନେକ ଅଭିଯୋଗ ରହିଥିବା ବେଳେ ଆଜି ସେ ବୁଥରେ କରିଛନ୍ତି ଭଙ୍ଗାରୁଜା ।