Sunstar Tv
Gold And Silver Price Today: ଆଜି ଶୁକ୍ରବାର ୨୪ ମଇ ୨୦୨୪ ତାରିଖରେ ମଧ୍ୟ ସୁନା ଦରରେ ପୁନର୍ବାର ୧୦ ଟଙ୍କା ହ୍ରାସ ଘଟିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ହଜାରେ ଟଙ୍କା ହ୍ରାସ ଘଟିଛି।
ଉଭୟ ୨୨ ଓ ୨୪ କ୍ୟାରେଟ ସୁନା ଭରି ପିଛା ୧୦ ଟଙ୍କା ହ୍ରାସ ଘଟିଥିବା ନେଇ ଗୁଡସ ରିଟର୍ଣ୍ଣ ସୂଚନା ଦେଇଛି। ତେବେ ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।
ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୭,୨୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩୪୧୦ ଟଙ୍କା ରହିଛି।
ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୭୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩୫୬୦ ଟଙ୍କା ରହିଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭୨୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩୪୧୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୭୩୬୩୦ ଟଙ୍କା ରହିଛି।
ସେହିକ୍ରମରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୭୨୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୭୩୪୧୦ ଟଙ୍କା ରହିଛି ।
ସେପଟେ ଶୁକ୍ରବାର ବଜାର ଖୋଲିବା ପୂର୍ବରୁ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୪୬୯୭୦ ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି। ସେହିପରି ୧୮ କ୍ୟାରେଟ ସୁନା ୫୮୯୯୦ ହଜାର ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି।
ମିସ କଲ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ଦର ଜାଣିପାରିବେ।
ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।
ଏଭଳି ଭାବେ ଜାଣନ୍ତୁ ସୁନାର ଶୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ।
ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
୨୪ କ୍ୟାରେଟ ସୁନା ସବୁଠାରୁ ଶୁଦ୍ଧ
ତେବେ ୨୪ କ୍ୟାରେଟ୍ ସୁନାକୁ ଶୁଦ୍ଧ ଭାବରେ ବିବେଚନା କରାଯାଏ, କିନ୍ତୁ ଏହି ସୁନାରୁ ଅଳଙ୍କାର ତିଆରି ହୋଇପାରିବ ନାହିଁ କାରଣ ଏହା ଅତ୍ୟନ୍ତ ନରମ ତଥା କୋମଳ ଅଟେ। ସେଥିପାଇଁ ଅଳଙ୍କାର କିମ୍ବା ଅଳଙ୍କାର ତିଆରିରେ ପ୍ରାୟତ ୨୨ କ୍ୟାରେଟ୍ ସୁନା ବ୍ୟବହୃତ ହୁଏ।
୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ।
୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯ ପ୍ରତିଶତ ଅନ୍ୟ ଧାତୁ ସହିତ ମିଶାଇ ଅଳଙ୍କାର ତିଆରି ହୋଇଥିବାବେଳେ ୨୪ କ୍ୟାରେଟ୍ ସୁନା କୋମଳ ତଥା ନରମ, କିନ୍ତୁ ଏହାର ଅଳଙ୍କାର ତିଆରି ହୋଇପାରିବ ନାହିଁ। ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟରେ ସୁନା ବିକ୍ରି କରନ୍ତି।