୨୫ ତାରିଖରେ ଭୋଟ ଦେବେ ଭୁବନେଶ୍ୱର ଭୋଟର । ନିର୍ବାଚନ ପ୍ରଚାର ପାଇଁ ହାତରେ ମାତ୍ର ଆଉ ମାତ୍ର ଅଳ୍ପ ସମୟ ବାକି । ୨୩ ତାରିଖ ସଂଧ୍ୟା ବା ଆଜି ସଂଧ୍ୟାରୁ ପ୍ରଚାର ସରିବ । ଏହାପରେ ଲାଗୁ ହୋଇଯିବ ପ୍ରଚାର କଟକଣା । ହାତରେ କିଛି ସମୟ ବାକି ଥିବାରୁ କ୍ୟାମ୍ପେନ ରିଭିଜନରେ ଲାଗିଛନ୍ତି ସମସ୍ତ ଦଳର ପ୍ରାର୍ଥୀ । ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ବଡ ବଡ ରାଲି, ଶୋଭାଯାତ୍ରା କରି ଲୋକଙ୍କ ଖୁବ୍ ନିକଟତର ହୋଇ ସାରିଥିବା ବେଳେ ଆଉ ଥରେ ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ନଜର କରିବାକୁ ଚେଷ୍ଟା କରିଛନ୍ତି । କେହିବି ଯେମିତି ନ ରହିଯାଆନ୍ତୁ କୌଣସି ଯାଗା ଯେମିତି ବାଦ ପଡି ନ ଯାଉ ତା ଉପରେ ଫୋକସ କରିଛନ୍ତି ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ।
ଏକାମ୍ରରେ କିନ୍ତୁ ପଛରେ ପଡିନାହାଁନ୍ତି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । ସମସ୍ତ ଗଳି କନ୍ଦି ସହ ସାହି, ବସ୍ତି, କଲୋନୀ ବଜାର ବୁଲି ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଶତ ପ୍ରତିଶତ ପ୍ରୟାସ କରିଥିବା ବେଳେ ଆଉଥରେ ପ୍ରଚାରର ଶେଷ ସମୟରେ ଭୋଟରଙ୍କୁ ପାଖକୁ ମାଡି ଯାଇଛନ୍ତି । ହାତରୁ ଯେମିତି କିଛି ବି ଭୋଟ ଖସି ନ ଯାଉ ତା ଉପରେ ଫୋକସ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ । ଭୁବନେଶ୍ୱରରେ ବିଜେପି – ବିଜେଡି ଭିତରେ ଦ୍ୱିମୁଖୀ ଲଢେଇ ଚାଲିଥିବା ବେଳେ ସବୁଠୁ ରୋଚକ ଲଢେଇ ହେଉଛି ମଧ୍ୟ ନିର୍ବାଚନ ମଣ୍ଡଳୀରେ । ଏଠାରେ ବିଜେଡିର ରୋକଠୋକ ନେତା ଅନନ୍ତ ନାରାୟଣ ଏବଂ ବିଜେପିର ବ୍ରିଲିଆଣ୍ଟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିଛି । ଉଭୟ ପ୍ରାର୍ଥୀ ଭୁବବନେଶ୍ୱର ମଧ୍ୟର ସମସ୍ତ ବସ୍ତି, କଲୋନୀ, ରେସିଡେଣ୍ଟିଆଲ, ବଜାର ସବୁକୁ କଭର କରିସାରିଛନ୍ତି । ପ୍ରଚାରର ଆଉ କିଛି ସମୟ ବାକି ଥିବାରୁ କ୍ୟାମ୍ପେନ ରିଭିଜନ କରୁଥିବା ଦେଖିବାକୁ ମିଳିଛି । ଆଉ ଏହି ସମୟରେ ବିଜେପି ପ୍ରାର୍ଥୀ ବ୍ରିଲିଆଣ୍ଟ ଜଗନ୍ନାଥଙ୍କ ଶକ୍ତି ଟିକିଏ ଅଧିକ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି ।
ସେହିଭଳି ଉତ୍ତରରେ ନିର୍ବାଚନୀ ହାୱା ଖବୁ ଜୋରରେ ବୋହିବା ସହ ବିଜେଡି କ୍ଲିନ୍ ସୁଇପ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡି ବିଧାୟକ ପାର୍ଥୀ ସୁଶାନ୍ତ ରାଉତ୍ତ ଏଥର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ କଡା ଟକ୍କର ଦେଉଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ନିର୍ବାଚନ ମଣ୍ଡଳୀରେ ରୋଡ ଶୋ କରିବା ବିଜେଡି ପ୍ରାଥୀଙ୍କୁ ଖୁବ ଫାଇଦା ଦେବ । କାହିଁକି ନା ପ୍ରଚାରର ଶେଷ ସମୟରେ ମୁଖ୍ୟମନ୍ତ୍ରୀ ସୁଶାନ୍ତଙ୍କ ପାଇଁ ପ୍ରଚାର କରିବା ପ୍ରିୟଦର୍ଶୀଙ୍କ ଉପରେ ଖୁବ ଭାରି ପଡିବ ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ ଭୁବନେଶ୍ୱରରେ ମାତ୍ର ଭୋଟ ପ୍ରତିଶତ ଥିବା ୪୩ ପ୍ରତିଶତ । ଏଥର ସବୁ ପ୍ରାର୍ଥୀ ଭୋଟରଙ୍କୁ ଭୋଟ ମୁହାଁ କରିବାକୁ ସମସସ୍ତ ପ୍ରୟାସ କରିଥିବା ବେଳେ ଭୋଟିଂ ପରେ ଜଣା ପଡିବ କେତେ ହେଲା ଭୋଟ ପ୍ରତିଶତ । ଆଉ ଭୋଟରଙ୍କ ଏ ପ୍ରଚାର ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଇଲା ।