SunStarTV
ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ଗ୍ରହଣ କରାଯିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର ରହିଛି। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍ ରହିଛନ୍ତି। ୨୧% ଯୁବ ଭୋଟର୍ ରହିଛନ୍ତି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ମୋଟ ସାଂସଦ ପ୍ରାର୍ଥୀ ହେଲେ ୬୪ ଏବଂ ୩୮୩ ବିଧାୟକ ପ୍ରାର୍ଥୀ ରହିଛନ୍ତି। ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧। ୨ ହଜାର ମଡେଲ ବୁଥ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି। ଅନ୍ଧାରୀ ବିଜେ ରୋକିବାକୁ ସାଇଲେଣ୍ଟ ଆୱାର ଆରମ୍ଭ ହେବ। ସବୁ ହୋଟେଲ ଓ ଗେଷ୍ଟ ହାଉସ ଯାଞ୍ଚ ହେବ। ସୁରକ୍ଷା ବଳୟ କୁ ଅଧିକ ଗୁରୁତ୍ୱ ଦେବା ସହ ଏହା ପାଇଁ ଫୋର୍ସ ମୁତୟନ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି।