Sunstar TV
ବ୍ରାଜିଲ : ଦିନେ ନୁହେଁ କି ଅଧେ ବର୍ଷ ବର୍ଷ ମାସ ମାସ ଧରି ଠିକ୍ ରାତି ୨ଟା ବାଜିଲେ ଏଠି ହୁଏ ବର୍ଷା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ କଥା ଟା ଏକଦମ୍ ସତ । ଆମ ଦୁନିଆରେ ଏମିତି ଏକ ଯାଗା ଅଛି ଯେଉଁଠି ରାତି ୨ଟା ବାଜିଲେ ବର୍ଷା ହୁଏ । ତେବେ ସେ ସ୍ଥାନ କେଉଁଠି ଓ କ’ଣ ରହିଛି ରହସ୍ୟ । ଆପଣମାନେ ସମସ୍ତେ ଜାଣିଛନ୍ତି ମେଘାଳୟର ମାସିନରାମରେ ଅଧିକ ବର୍ଷା ହୁଏ । ହେଲେ ରାତି ୨ଟାରେ ସବୁଦିନ କେଉଁ ସ୍ଥାନରେ ବର୍ଷା ହୁଏ ସେ ସମ୍ପର୍କରେ ପଚାରିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ତାହା ହେଉଛି ବ୍ରାଜିଲ । ବ୍ରାଜିଲ ଏପରି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ଦିନ ରାତି ୨ଟା ବାଜିଲେ ବର୍ଷା ହୁଏ । ସେଥିପାଇଁ ଏ ସହରଟି ବର୍ଷା ନାଁରେ ପରିଚିତ । ବ୍ରାଜିଲର ସବୁଠାରୁ ବ୍ୟସ୍ତବହୁଳ ବନ୍ଦର ମଧ୍ୟରୁ ବେଲାମ ହେଉଛି ଗୋଟିଏ । ଏହି ସହର ଆମାଜନ ନଦୀର ପ୍ରବେଶ ସ୍ଥାନ । ବେଲାମ ହେଉଛି ଏକ ଛୋଟ ଦ୍ୱୀପ । ଯାହା ପାରା ନଦୀ, ଅନ୍ୟ ନଦୀ ଏବଂ କେନାଲ ମଧ୍ୟରେ ଅବସ୍ଥିତ । ଏହି ସହରର ଜନସଂଖ୍ୟା ଲକ୍ଷାଧିକ। ଏପରି ଏକ ସମୟ ଥିଲା ଯେତେବେଳେ ଏହି ସହରଟି ରାତି ୨ ଟାରେ ବର୍ଷା ପାଇଁ ସାରା ବିଶ୍ୱରେ ଜଣାଶୁଣା ଥିଲା । କିନ୍ତୁ ସମୟ ସହିତ ଏହି ସହର ନିଜର ପରିଚୟ ହରାଇଛି । ଏହା ପଛର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ବର୍ତ୍ତମାନ ଏହି ସହରରେ ରାତି ୨ଟାରେ ବର୍ଷା ହେଉନାହିଁ । ସମୟ କ୍ରମେ ବିଶ୍ୱ ତାପମାତ୍ରା ବର୍ଷା ସମୟ ବଦଳାଇଲା ଏବଂ ବର୍ତ୍ତମାନ ପ୍ରତି ଘଣ୍ଟାରେ ବର୍ଷା ହେଉଛି । ଏପରିକି ବେଳେବେଳେ ଏତେ ବର୍ଷା ହେଉଛି ଯେ ସହର ପୁରା ବୁଡ଼ିଯାଉଛି ।