Sunstar TV
ଭୁବନେଶ୍ୱର : ଦେବ ଆଶୀର୍ବାଦ ପାଇବା ପାଇଁ ପ୍ରାୟ ସମସ୍ତେ ପୂଜା ସମୟରେ ଦୀପ ଜଳାଇ ଥାଆନ୍ତି l କିନ୍ତୁ ପୂଜା ସମୟରେ ଘରର କିଛିଟା ସ୍ଥାନ ଏଭଳି ରହିଥାଏ ଯେଉଁଠି ନିହାତି ଦୀପ ଜଳାଇବା ଜରୁରୀ l ଯାହା ହିନ୍ଦୁ ଧର୍ମ ଶାସ୍ତ୍ରରେ ନିହାତି ଆବଶ୍ୟକ l
– ହିନ୍ଦୁ ଧର୍ମରେ ଘରର ମହତ୍ଵପୁର୍ଣ ସ୍ଥାନ ହେଉଛି ରୋଷେଇ ଘର ଅଟ,, ପ୍ରତିଦିନ ପୂଜା ସମୟରେ ଏହି ସ୍ଥାନରେ ଦୀପ ଜଳାଇବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଆଶୀର୍ବାଦ ମଧ୍ୟ ପ୍ରଦାନ କରନ୍ତି l ଏବଂ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l
– ରୋଷେଇ ଘରେ ପାଣି ରହୁଥିବା ସ୍ଥାନ କିମ୍ବା ଯଦି ପାଣି ମଟର ରହୁଥିବା ସ୍ଥାନରେ ନିହାତି ଦୀପ ଟିଏ ଜଳାନ୍ତୁ l ଏପରି କରିବା ଦ୍ୱାରା ଜୀବନ ରେ ଧନଧାନ୍ୟ ର ଅସୁବିଧା ହୋଇନଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l
– ଘରର ମୁଖ୍ୟ ଦ୍ୱାରରେ ନିହାତି ଦୀପ ଟିଏ ଜଳାଇ ରଖନ୍ତୁ l ଏହା ଖୁବ ଶୁଭ ଅଟେ l ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l ଏବଂ ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ l
– ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଚତୁର୍ମୁଖୀ ଦୀପ ଜଳାଇବା ଦ୍ୱାରା ଦେବଦେବୀ ଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ l ଏହି ଦୀପ ଦଶଦିଗ ପାଳଙ୍କୁ ଧ୍ୟାନ କରି ଦିଆଯାଇ ଥାଏ l
– ଧାର୍ମିକ ମାନ୍ୟତା ଅନୁସାରେ ଐଶାନ୍ୟ କୋଣ ଘରର ସବୁଠୁ ପବିତ୍ର ସ୍ଥାନ ଅଟେ, ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି କରିବା ପାଇଁ ଏହି ସ୍ଥାନରେ ନିହାତି ଦୀପ ଜଳାଇବା ଜରୁରୀ l ଐଶାନ୍ୟ କୋଣରେ ଘିଅ ଦୀପ ନିହାତି ଜଳାଇବା ଜରୁରୀ l