Sunstar Tv
ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ।
ବୃଷ: ଯାତ୍ରା ଯୋଗ ଅଛି। ଯାନବାହନ କିଣିବେ। ନିବେଶରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ।
ମିଥୁନ: ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
କର୍କଟ: ଅଫିସ୍ରେ କାର୍ଯ୍ୟଭାର ବଢ଼ିବ। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ। ବିବାହରେ ସମସ୍ୟା ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ସିଂହ- ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଦ୍ୱିତୀୟସ୍ଥ କେତୁ ହେତୁ ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି, ସଂଗଠନ ଓ ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା- ଅନ୍ତରରେ ଦୁଃଖ ଭରି ରହିଥିଲେ ମଧ୍ୟ ମୁହଁରେ ହସ ଫୁଟାଇ କାମ କରିବେ। ହସ୍ତା ନକ୍ଷତ୍ର ପାଇଁ ପ୍ରତିବନ୍ଧକ ଦୂରେଇଯିବ ଏବଂ ଶତ୍ରୁତାର ଅବସାନ ପାଇଁ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ସମସ୍ୟା ଥିଲେ ମଧ୍ୟ ତାହା ଉକତ୍ଟ ହେବ ନାହିଁ। ସରକାରୀ ସ୍ତରରୁ ସ୍ଥଗିତ କାଗଜପତ୍ର, ଅର୍ଥ, ଋଣ ପ୍ରଭୃତି ପାଇବାର ସୂଚନା ମିଳିପାରେ।
ତୁଳା- ବନ୍ଧୁମାନେ ବନ୍ଧୁତ୍ୱର ଦ୍ୱାହିଦେଇ ପାଖେ ପାଖେ ରହି କାମରେ ସାହାଯ୍ୟ କରିବେ। ଚନ୍ଦ୍ରଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି, ବୈଷୟିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ସହ ଦିନଟି ରୁଚିବୋଧକ ରହିବ। ପିଲାଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। ଜଣେ ବନ୍ଧୁଙ୍କ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା- ରବିଙ୍କ ପ୍ରଭାବରୁ ବଡ଼ ଲୋକଙ୍କ ସଂସ୍ପର୍ଶରେ ଆସିବେ ଏବଂ କାମ ହାସଲର ପ୍ରତିଶ୍ରୁତି ପାଇ ଫେରିବେ। ପ୍ରତିବାଦୀ ସ୍ଥାନରେ ଗ୍ରହବଳ ହେତୁ ବିବାଦ କଲେ ପରାଜୟର ଗ୍ଲାନି ଓ ଧନହାନିକୁ ଆପଣେଇବେ। ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ଫାଇଦା ହାସଲ ପାଇଁ ଚେଷ୍ଟିତ ରହିବ। ରାଜନୀତି କ୍ଷେତ୍ରରେ ଆଦୃତି ସହ ପ୍ରତିଷ୍ଠା ମିଳିବ।
ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ମକର: ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।
କୁମ୍ଭ- ବିଭିନ୍ନ ସମସ୍ୟା ବିଜଡିତ ମନ ହେତୁ ଶାନ୍ତିରେ ରହିପାରିବେ ନାହିଁ କିମ୍ବା ଶୋଇପାରିବେ ନାହିଁ। ଶ୍ରମ ଓ ଅନିଦ୍ରାଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ମିତ୍ରତା ପରିପ୍ରେକ୍ଷୀରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସରଳ ସ୍ବଭାବ ପ୍ରଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନ- ଆଶାନୁଯାୟୀ ସୁଫଳ ପାଇବେ ଏବଂ ପୂର୍ବ ଆଲୋଚନା ଅନୁଯାୟୀ କାମ ସବୁ ହୋଇଯିବ। ଗସ୍ତ କାଯର୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମତ୍ୀୟଙ୍କ ଈର୍ଷା,ବନ୍ଧୁଙ୍କ ସ୍ବାର୍ଥଲାଳସା, ନିଜ ଲୋକଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିପାରେ। ରେବତୀ ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ।