ଭୁୁବନେଶ୍ୱର : ଆଉ ମାତ୍ର ଦିନ କେଇଟା ପରେ ଆସିବ ନେତାଙ୍କ ଭାଗ୍ୟ ଫଳାଫଳ । କେଉଁ ଗଡରେ କାହାର ରହିବ ଦବଦବା । ବଦଳିବ କି ୨୦୨୪ ସମୀକରଣ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସରଗରମ ହେଉଛି ରାଜ୍ୟ ରାଜନୀତି । ସେପଟେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ ନିର୍ବାଚନର ରହିଛି ବେଶ ଦବଦବା । ଏଥିରେ ଆଗରେ ରହିଛି ବିଜେଡି । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ୟ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ୟ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି । ତେବେ କନ୍ଧମାଳ ଲୋକସଭା ଆସନରୁ ଏଥର ବିଜେଡି ପକ୍ଷରୁ ପୁଣିଥରେ ସାଂସଦ ଭାବେ ଡକ୍ଟର ଅଚୁ୍ୟତ ସାମନ୍ତ ପ୍ରାର୍ଥୀ ରହିଛନ୍ତି । ସେହିପରି ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରି ସାଂସଦ ପ୍ରମିଳା ବିଶୋଇଙ୍କ ସ୍ଥାନରେ ରଞ୍ଜିତା ସାହୁଙ୍କୁ ଯୋଦ୍ଧା କରିଛି । ବରଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ୩ଦଳରେ ରହିଛି ନୂଆ ଚେହେରା । ପରିବର୍ତନ ହୋଇଛନ୍ତି ଏଥର ପ୍ରାର୍ଥୀ ।