SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ଵାଚନକୁ ନେଇ ମାରାଥନ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମ । ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ ଆଜି ପୁଣି ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରୋଡ ଶୋ ରେଣ୍ଟାଲ ଓମଫେଡ ଛକରୁ ବାହାରି ପେଟ୍ରେଲ ପମ୍ପ ଛକ ଦେଇ ସାଲିଆସାହି , ମେଫେୟାର , ବିଜୁ ପଟ୍ଟନାୟକ ଷ୍ଟାଚୁ, ଜାଭିୟର ଛକ, ବିଡିଏ ସାଇମନ୍ଦିର, ଚନ୍ଦ୍ରଶେଖରପୁର ପୋଟ୍ରୋଲ ପମ୍ପ, ଡମଣା ମାକ୍ସ ଶୋରୁମ ହୋଇ ପଟିଆ ଛକରେ ସରିବ । ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସଂଧ୍ୟା ୫.୩୦ରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ସରିବା ପର୍ଯ୍ୟନ୍ତ ଏହି ସବୁ ରାସ୍ତାରେ ଟ୍ରାଫିକ କଟକଣା ଲାଗୁ ହୋଇଛି ।