SunstarTV
ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କୁ ନେଇ କର୍ମୀଙ୍କ ମହଲରେ ଉଷ୍ମତା ସେତେ ବୃଦ୍ଧି ପାଇବାରେ ଲାଗିଛି। ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା ବେଳେ ଅସନ୍ତୋଷ ଥିବା ବର୍ତ୍ତମାନର ସିମୁଳିଆ ବିଧାୟକ ତଥା ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୧୦ବର୍ଷ ଧରି ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଗାଁକୁ ରାସ୍ତା, ମେଡ଼ିକାଲ, ବିଦ୍ୟାଳୟ, ମହାବିଦ୍ୟାଳୟରେ ରୂପାନ୍ତରିତ ଏବଂ ଲୋକଙ୍କ ସୁଖ ଦୁଃଖରେ ପହଞ୍ଚି ସମସ୍ୟାର ସମାଧାନ କରିଥାନ୍ତି। ସେଥିପାଇଁ ଦଳୀୟ କର୍ମୀ ହୁଅନ୍ତୁ କି ସାଧାରଣ ଲୋକ ସମସ୍ତେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁଣି ଥରେ ବିଧାୟକ ହୁଅନ୍ତୁ ବୋଲି ମତପ୍ରକାଶ କରୁଥିଲେ କିନ୍ତୁ ବିଜେଡି ଚଳିତ ଥର ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ।
ତେବେ ଟିକେଟ ନପାଇ ନିରାଶ ହୋଇ ନବୀନ ନିବାସରୁ ଫେରିବା ପରେ ମାଆଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଥିଲେ ପୁଅ ଜ୍ୟୋତି ପ୍ରକାଶ । ତେବେ ଟିକେଟ କଟିବା ପରେ ଜ୍ୟୋତି ପ୍ରକାଶ କିଛି ବଡ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିବା ବେଳେ ସେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଆଉ ଖୁବ ଶୀଘ୍ର ବିଜେପିରେ ମିଶିବେ ବୋଲି ଆଶା କରାଯାଉଛି।