Sunstar TV
ଭୁବନେଶ୍ୱର : ତାତୁଛି ରାଜ୍ୟ ଠୁ ନେଇ ଦେଶ । ତତଲା କଢେଇରେ ସିଜୁଛି ରାସ୍ତାଘାଟ । ସକାଳ ୮ଟାରୁ ଶୂନଶାନ ହେଇଯାଉଛି ଗାଁ ଠୁ ନେଇ ସହର । ତେବେ ଏହି ତାତିରୁ ମୁକ୍ତି ପାଇବା ପାଇଁ ଏବେ ଘରେ ଘରେ ଲାଗିଛି ଏସି । କାରଣ ଏସି ବିନା ଘରେ ହେଉନି ରହି । ତେବେ ଯଦି ଆପଣ ଘରେ ଲଗାଇ ନାହାଁନ୍ତି ଏସି ଆଉ ଏବେ ଲଗାଇବାକୁ ଚାହୁଁଛନ୍ତି ତାହାଲେ ଏହାକୁ ଥରେ ପଢି ନିଅନ୍ତୁ । ଆଉ ଜାଣନ୍ତୁ କେଉଁ ଯାଗାରେ ଏସି ଲଗାଇଲେ ରୁମ ଆପଣଙ୍କ ଥଣ୍ଡା ରହିବ । ଏସି ଲଗାଇବାରେ ଯଦି ଆପଣ ଉଚ୍ଚତାରେ କିଛି ଭୁଲ କରୁଛନ୍ତି ତେବେ କୁଲିଙ୍ଗରେ ପ୍ରଭାବ ପଡିପାରେ । କେଉଁ ଉଚ୍ଚତାରେ ଏସି ଲଗାଇଲେ ଆପଣ ସଠିକ କୁଲିଙ୍ଗ ମିଳିବ ଜାଣନ୍ତୁ । ଘରେ ଏସି ଲଗାଇବା ବେଳେ ଆପଣଙ୍କୁ କିଛି ନିର୍ଦ୍ଧିଷ୍ଟ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ଏସି ଲଗାଇବାର ସଠିକ ଉଚ୍ଚତା ନିହାତି ରୂପେ ଜାଣି ରଖିବା ଉଚିତ୍ । ତେବେ ୧୦ ଫୁଟ ଉଚ୍ଚତାର ଘରେ ଭଲ କୁଲିଙ୍ଗ ସୁବିଧା ପାଇବା ପାଇଁ ଚାହୁଁଥିଲେ ୭ରୁ ୮ ଫୁଟ ଉପରେ ସ୍ପିଲ୍ଟ ଟାଇପ ଏସି ଲଗାଇବା ଜରୁରୀ । ଓ୍ବିଣ୍ଡୋ ଏସି ହେଲେ ଆପଣ ୩ରୁ ୪ ଫୁଟ ଉଚ୍ଚତାରେ ଲଗାଇପାରିବେ । ଏହାଦ୍ୱାରା ରୁମରେ ସମାନ୍ତରାଳ ଭାବେ ଥଣ୍ଡା ଅନୁଭୂତ ହେବ । ଯଦି ଆପଣ ଏସିକୁ ଏୟାରଟାଇଟ ରୁମରେ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା ଟ୍ରିପ ହୋଇଯିବାର ସମ୍ଭାବନା ରହିଛି । ଯେଉଁଥିପାଇଁ ଏହା ଭଲ କୁଲିଙ୍ଗ ଦେଇପାରିବ ନାହିଁ । ଏସିର ସପ୍ଟ ଟାପକୁ ବି ବନ୍ଦ କରିବା ଉଚିତ ନୁହେଁ । ଏସି ଘରେ ଲଗାଇବା ପୂର୍ବରୁ ପ୍ରଥମେ କେଉଁ ସ୍ଥାନରେ ଆପଣ ଏସି ଲଗାଇବେ ତାକୁ ସୁନିଶ୍ଚିତ କରନ୍ତୁ । ଯେଉଁଠି ବାୟୁ ଚଳାଚଳ ସଠିକ ଭାବେ ହେଉଥିବ ସେଠାରେ ହିଁ ଏସି ଲଗାନ୍ତୁ । ରୁମରେ ଏୟାର ଇନଲେଟ ଓ ଏୟାର ଆଉଟଲେଟ ବ୍ଲକ ନହେବା ଜରୁରୀ । ଧୂଆଁ ଓ ଗରମଠୁ ଏସିକୁ ଦୂରରେ ରଖନ୍ତୁ । ଏଥିସହ ବର୍ଷା ଓ ସିଧାସଳଖ ଏହା ଉପରେ ଖରା ନପଡୁଥିବା ଆବଶ୍ୟକ । ଏସିରୁ ବାହାରୁଥିବା ପାଣିର ଯେଭଳି ସଠିକ ଭାବେ ନିଷ୍କାସନ ହୋଇପାରୁଥିବ ଏହା ଉପରେ ମଧ୍ୟ ନଜର ରଖନ୍ତୁ ।