SUNSTARTV
ଆନ୍ଦ୍ରପ୍ରଦେଶ: ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି । ବୁଥ ଭିତରେ ପଶି ଇଭିଏମ ମେସିନ ଭାଙ୍ଗିଦେଲେ ବିଧାୟକ । ଏ ଘଟଣା ହେଉଛି ଆନ୍ଦ୍ରପ୍ରଦେଶ ମାଚରଲା ବିଧାନସଭା ଅଞ୍ଚଳର ବୁଥ ନଂ ୨୦୨ ଓ ୭ ନମ୍ବର ବୁଥର । ଶାସକ ଦଳ ଗଜମୋହନ ରେଡ୍ଡିଙ୍କ ଦଳ ୱାଇଆରଏସ୍ ର ବିଧାୟକ ପି ରାମକୃଷ୍ଣ ରେଡ୍ଡି ବୁଥ୍ ଭିତରେ ପଶି ଏଭଳି ଦବଙ୍ଗଗିରି ଦେଖାଛନ୍ତି । ପୋଲିଂ କର୍ମଚାରୀଙ୍କ ଉପରେ ଚିଲେଇବା ସହ ଇଭିଏମ ମେସିନଙ୍କୁ କଚାଡି ଭାଙ୍ଗି ଦେଇଛନ୍ତି । ଏ ଘଟଣା ହେଉଛି ମେ ୧୩ ତାରିଖ ନିର୍ବାଚନ ଦିନର । ଯାହାର ସମସ୍ତ ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି । ଆଉ ଏବେ ଏ ଭଡିଓ ସୋସିଆଲ ମିଡିଆରେ ଏ ଦୃଶ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପାଲନାଡୁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମସ୍ତ ମତଦାନ କେନ୍ଦ୍ରର ଭିଡିଓ ଫୁଟେଜକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସକୁ କୁହାଯାଇଛି। ପୋଲିଂ ଅଧିକାରୀଙ୍କ କହିବାନୁସାରେ, ଯାଞ୍ଚରେ ବିଧାୟକଙ୍କ ନାଁକୁ ଅଭିଯୁକ୍ତ ଭାବେ ସାମିଲ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଇଓ ମୁକେଶ କୁମାର ମୀନାଙ୍କୁ ଡିଜିପିଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପଟେ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳର ବିଧାୟକ ନିର୍ବାଚନ ହାରିଯିବା ଭୟରେ ଇଭିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିବା ବିରୋଧୀ ଦଳ ନେତା ତଥା ତେଲୁଗୁ ଦେଶମ ପାର୍ଟିର ମହାସଚିବ ନାରା ଲୋକେଶ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।