Sunstar Tv
Corona Case: ପୁଣି କାୟା ବିସ୍ତାର କରିବାରେ ଲାଗିଛି କରୋନା। ଜୁନ୍ ସୁଦ୍ଧା ସିଙ୍ଗାପୁରରେ କୋଭିଡ୍-୧୯ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ।
ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କୋଭିଡ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏହି ଦେଶ, କିନ୍ତୁ ଏହା କ୍ରମାଗତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ କରୋନାର ମୁଖ୍ୟ ଭାରିଏଣ୍ଟ FLiRT ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।
କରୋନାର ନୂଆ ଭାଇରିଏଣ୍ଟ FLiRT ସିଙ୍ଗାପୁରରେ କାୟା ବିସ୍ତାର କରିବାର ଲାଗିଛି । ଏକ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସିଙ୍ଗାପୁରରେ ଦୁଇ ତୃତୀୟାଂଶରୁ ଅଧିକ ମାମଲା KP.1 ଏବଂ KP.2 ପ୍ରକାର।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମେ ୩ ତାରିଖ ପର୍ଯ୍ୟନ୍ତ KP.2 ଭାଇରିଏଣ୍ଟ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା।
WHO’ର ସୂଚନା ଅନୁସାରେ କରୋନାର KP 2 ଏବଂ KP 1 ଭାରିଏଣ୍ଟ FLiRT ଅପେକ୍ଷା କମ୍ ସଂକ୍ରମିତ । ଏହା ଦ୍ରୁତ ଗତିରେ ବ୍ୟାପିପାରେ ଲାଗିଛି ।
ସିଙ୍ଗାପୁରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କୋଭିଡ-୧୯ ମାମଲା ସିଙ୍ଗାପୁରରେ ମେ ୫ ରୁ ୧୧ ମଧ୍ୟରେ ୨୫,୯୦୦ ଥିଲା, ଯାହା ପୂର୍ବ ସପ୍ତାହରେ ୧୩,୭୦୦ ଥିଲା।
ଆକଳନ ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ ୧୮୧ କୋଭିଡ ସଂକ୍ରମିତ ରୋଗୀଙ୍କୁ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା, ଯାହାର ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଭାରତରେ FLiRTର ୯୧ଟି ମାମଲା ଚିହ୍ନଟ କରାଯାଇଛି।