SunstarTV
ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଘରକୁ ଆସିଛନ୍ତି କୁନି ଅତିଥି। ମାଆ ହୋଇଛନ୍ତି ୟାମୀ ଗୌତମ। ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି ଆଦିତ୍ୟ। ସେ ତାଙ୍କର ପୁଅର ନାମ ‘ବେଦାଭିଦ୍’ ରଖିଛନ୍ତି।
ସୋସିଆଲ ମିଡିଆରେ ଖବର ପ୍ରଚାର ପରେ ୟାମୀ ଓ ଆଦିତ୍ୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ଫ୍ୟାନ୍ସମାନଙ୍କ ତରଫରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛା ସୋସିଆଲ ମିଡ଼ିଆରେ ଆସୁଛି।
ୟାମୀ ଗୌତମ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ଧର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ତାଙ୍କର ପ୍ରଥମ ସନ୍ତାନ କେବେ ହୋଇଥିଲା ଏବଂ ଏହାର ନାମ କ’ଣ ଏବଂ ପୁଅର ନାମର ଅର୍ଥ କ’ଣ ? ସେ କହିଛନ୍ତି, ଅକ୍ଷୟ ତୃତୀୟା ଦିନ ଅର୍ଥାତ୍ ମେ ୧୦ରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ।
ପୁଅର ନାମ ଏମିତି କାହିଁକି: ‘ବେଦାଭିଦ୍’ ଏହା ଏକ ସଂସ୍କୃତ ନାଁ। ଯାହା ବେଦ ଏବଂ ବିଦର ମିଶ୍ରଣରୁ ସୃଷ୍ଟି ହୋଇଛି। ‘ବେଦାଭିଦ୍’ ର ଅର୍ଥ ହେଉଛି ଯିଏ ବେଦକୁ ଅଧ୍ୟୟନ କରେ। ଏହାମଧ୍ୟ ଭଗବାନ ବିଷ୍ଣୁଙ୍କର ନାମ।
ସୂଚନା ମୁତାବକ ୨୦୨୧ ଜୁନ୍ ୪ ତାରିଖରେ ୟାମୀ ଗୌତମ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ। ତେବେ ବିବାହର ତିନି ବର୍ଷ ପରେ ଉଭୟ ବାପା-ମା’ ହୋଇଛନ୍ତି। ୟାମୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଆର୍ଟିକେଲ ୩୭୦’ ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅଭିନୟକୁ ଫ୍ୟାନ୍ସମାନେ ଭୁରି ଭୁରି ପ୍ରଶଂସା କରିଥିଲେ।