Sunstar Tv
Use Carbide: ଆମ୍ବ ଏବଂ ଅନ୍ୟ ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଟ୍ ବ୍ୟବହାରକୁ କେନ୍ଦ୍ର ସରକାର ନିଷେଧ କରିଛନ୍ତି ।
ସ୍ୱାସ୍ଥ୍ୟ ପ୍ରତି କ୍ୟାଲସିୟମ କାର୍ବାଇଟର ଖରାପ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ କାର୍ବାଇଟ୍ ବ୍ୟବହାର ନିଷେଧ ଆଇନର କଡା ଅନୁପାଳନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
କ୍ୟାଲସିୟମ୍ କାର୍ବାଇଡ୍, ଯାହା ସାଧାରଣତଃ ଆମ୍ବ ଭଳିି ଫଳ ପାଚିବା ପାଇଁ ବ୍ୟବହୃତ ହୁଏ, ଆସେଟିଲିନ୍ ଗ୍ୟାସ୍ ନିର୍ଗତ କରେ ଯେଉଁଥିରେ ଆର୍ସେନିକ୍ ଏବଂ ଫସଫରସ୍ ରହିଥାଏ ।
ଏହି କାରଣରୁ କର୍କଟ ରୋଗ ହେବାର ଆଶଙ୍କା ରହିଛି, ସୁପ୍ରିମକୋର୍ଟ ଏହାର ଉତ୍ତର ମାଗିବାର ଗୋଟିଏ ଦିନ ପରେ ଏଫଏସଏସଏଆଇ ଏହି ଚେତାବନୀ ଦେଇଛି ।
ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପର୍କରେ କେନ୍ଦ୍ର, କୃଷି ମନ୍ତ୍ରଣାଳୟ ଏବଂ ଏଫଏସଏସଏଆଇକୁ ନୋଟିସ ଜାରି କରିଛନ୍ତି ।
ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ସାରା ଦେଶରେ ଲୋକମାନେ ମରୁଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଛି ।
ଏଫଏସଏସଏଆଇ କହିଛି ଯେ ବ୍ୟବସାୟୀ ଫଳ ନିୟନ୍ତ୍ରକ ଖାଦ୍ୟ ବ୍ୟବସାୟ ଅପରେଟର (ଏଫବିଓ) ବିଶେଷ ଭାବରେ ଆମ୍ବ ଋତୁରେ ଫଳର କୃତ୍ରିମ ପାଚନରେ ବିପଜ୍ଜନକ ‘କ୍ୟାଲସିୟମ୍ କାର୍ବାଇଡ୍’ ବ୍ୟବହାର ନକରିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସତର୍କ କରାଯାଇଛି ।