Sunstar Tv
Mamata Banerjee and Gangopadhyay: ପଶ୍ଚିମବଙ୍ଗର ବିଜେପି ଲୋକସଭା ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନି ଗଙ୍ଗୋପାଧ୍ୟାୟ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ, ତମଲୁକର ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ଅପରାହ୍ନ ୫ଟା ଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ପ୍ରଚାର କରିପାରିବେନି।
ସୂଚନା ଅନୁସାରେ, ନିର୍ବାଚନ ପ୍ରଚାର ସମୟରେ ଗଙ୍ଗୋପଧ୍ୟାୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି ‘ତୁମ ମୂଲ୍ୟ କେତେ’ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ ଗଙ୍ଗୋପାଧ୍ୟାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।
ନିଜ ଭାଷା ପ୍ରତି ସଞ୍ଜତ ରହିବାକୁ କହିବା ସହ ନିର୍ବାଚନ ଆଚରଣ ସଂହିତା ଲାଗୁ ସମୟରେ ସର୍ବସାଧାରଣରେ ଭାଷଣ ଦେବା ସମୟରେ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ନିର୍ବାଚନ ଆୟୋଗ।
ମେ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବ
ତୃଣମୂଳ କଂଗ୍ରେସର ଅଭିଯୋଗକୁ ଗ୍ରହଣ କରି ନିର୍ବାଚନ ଆୟୋଗ ଅଭିଜିତଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।
ବର୍ତ୍ତମାନ ନିର୍ବାଚନ ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ୨୪ ଘଣ୍ଟା ପାଇଁ ତାଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ୨୫ ତାରିଖ ଦିନ ପଶ୍ଚିମବଙ୍ଗର ତାମୁଲୁକ ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ।