SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ସେ ରାଜ୍ୟର ବିଭିନ୍ନ ସ୍ଥାନରେ କରୁଛନ୍ତି ରୋଡ ଶୋ । ମୋଦି ପ୍ରଥମେ ପୁରୀରେ ପହଞ୍ଚି କରିଥିଲେ ଜଗା ଦର୍ଶନ । ଏହାପରେ ଶ୍ରୀ କ୍ଷେତ୍ରରୁ ଆରମ୍ଭ କରିଥିଲେ ତାଙ୍କ ପ୍ରାଚାର । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ପାଇଁ ସାରା ସହରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଆଜି ପୁରୀ ବ୍ୟତୀତ ଅନୁଗୁଳ ଓ କଟକରେ ମଧ୍ୟ କରିଥିଲେ ରୋଡ ଶୋ । ମୋଦୀ ଅନୁଗୁଳ ଓ କଟକରେ ନିଜ ମାରାଥନ ପ୍ରଚାର କରିବା ସହ ଦେଳ ପାଇଁ କରିଥିଲେ ଭୋଟ ଭିକ୍ଷା । ଓଡିଶାରେ ଡବଲ ଇଞ୍ଜିନର କଥା କହିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିବା ଦେଖିବାକୁ ମିଳିଥିଲା ।
ମୋଦୀଙ୍କ ବ୍ୟତୀତ ଆଜି ବିଜେପିର ଅନ୍ୟ ଜଣେ ଟାଣୁଆ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଓଡିଶା ଗସ୍ତ କରିଛନ୍ତି । ସେ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ସେହିପରି ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମଧ୍ୟ ଦଳର ପ୍ରଚାରରେ ଲାଗିପଡିଛନ୍ତି । ତେବେ ମୋଦି ଏବଂ ରାଜନାଥଙ୍କ ପରେ ୨୧ ତାରିଖରେ ଅର୍ଥାତ୍ ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୁଣି ଥରେ ଓଡିଶା ଆସିବାର କାର୍ୟ୍ୟକ୍ରମ ରହିଛି। ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ ଗସ୍ତ କରିବେ। ସେଠାରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ସହ କରିବେ ମାରାଥନ ପ୍ରଚାର ।
ନିର୍ବାଚନର ସମୟରେ ବିଜେପି ନେତାଙ୍କ ଏପରି ଘନ ଘନ ଗସ୍ତ ଓଡିଶା ରାଜନାତିକୁ ଆହୁରି ସରଗରମ କରୁଛି । ବିଜେପିର ବିଗ୍ ଲିଡରଙ୍କ ଓଡିଶା ଗସ୍ତ ରାଜ୍ୟ ବିଜେପିକୁ କି ଫାଇଦା ଦେଉଛି ତହା ହିଁ ଦେଖିବାକୁ ବାକି ରହିଲା ।