ଭୁବନେଶ୍ୱର : ବ୍ଲାକଲିଷ୍ଟ ତାଲିକାରେ ରହିଛି ୨୮ ହଜାରରୁ ଅଧିକ ଦାମୀକିଆ ମୋବାଇଲ । ଯଦି ଆପଣଙ୍କ ପାଖରେ ରହିଛି ଏଭଳି ଦାମିକିଆ ଫୋନ ତାହାଲେ ଏହାକୁ ଥରେ ପଢି ନିଅନ୍ତୁ । ଦିନକୁ ଦିନ ଜଟିଳ ହେଉଛି ସାଇବର କ୍ରାଇମ । ଆଉ ଏହି କ୍ରାଇମ କେବଳ ଆପଣଙ୍କ ଏଣ୍ଡ୍ରଏଡ୍ ସେଟରେ ହିଁ ହୋଇଛି । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ମିଳିଥିବା ସୂଚନା ମୁତାବକ ବ୍ଲାକଲିଷ୍ଟ ହେଇଥିବା ଏହି ମୋବାଇଲ୍ ସଂଖ୍ୟା ପ୍ରାୟ ୨୮ ହଜାର ୨୦୦ ସାଇବର କ୍ରାଇମରେ ଜଡିତ ଥିବା ୨୮ ହଜାରରୁ ଅଧିକ ସ୍ମାର୍ଟଫୋନକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଟେଲିକମ୍ କମ୍ପାନୀକୁ ନୋଟିସ୍ ଜାରିି କରାଯାଇଛି । ଖାଲି ସେତିକି ନୁହେଁ ତତ୍କାଳ ପ୍ରଭାବରେ ୨୦ ଲକ୍ଷ ମୋବାଇଲ କନେକ୍ସନର ରି-ଭେରିଫିକେସନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଟେଲିକମ୍ ବିଭାଗ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ରାଜ୍ୟ ପୋଲିସକୁ ନେଇ ସାଇବର କ୍ରାଇମ୍ ଏବଂ ଅନଲାଇନ୍ ଫ୍ରଡକୁ ରୋକିବାକୁ ଏକ ଟିମ୍ ଗଠନ ହେଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ପୋଲିସ ସହ ମିଶି ପ୍ରାୟ ୨୮ ହଜାର ୨୦୦ ମୋବାଇଲ୍ ଫୋନର ଚିହ୍ନଟ କରିଛି, ଯାହାକି ସାଇବର କ୍ରାଇମରେ ସାମିଲ ଥିଲା । ତେଣୁ ଏହି ସବୁ ମୋବାଇଲକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।