SunStarTV
ଆଇପିଏଲ୍ରେ ଚମତ୍କାର କରି ପ୍ଲେଅଫ୍ରେ ପହଞ୍ଚି ପାରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । କ୍ରମାଗତ ୬ଟି ମ୍ୟାଚ୍ ହାରିବା ପରେ କ୍ରମାଗତ ୬ଷ୍ଠ ବିଜୟ ହାସଲ କରିଛି ଆର୍ସିବି। ଶନିବାର ଖେଳା ଯାଇଥିବା ମ୍ୟାରେ ଚେନ୍ନଇ ସୁପର କିଙ୍ଗ (ସିଏସ୍କେ )କୁ ୨୭ ରନ୍ରେ ଆର୍ସିବି ପରାସ୍ତ କରିଛି।
ଉଭୟ ଦଳ ସମାନ ୧୪ ପଏଣ୍ଟ ପାଇଥିଲେ ହେଁ ନେଟ୍ ରନ୍ରେଟ୍ ଭିତ୍ତିରେ ଆର୍ସିବି ୪ର୍ଥ ସ୍ଥାନକୁ ଉଠି ପ୍ଲେଅଫ୍ରେ ପହଞ୍ଚିଛି। ଗତବର୍ଷର ଚମ୍ପିଆନ୍ ସିଏସକେ ବିଦାୟ ନେଇଛି।
୨୧୯ ରନ୍ର ବିଜୟଲକ୍ଷ୍ୟ ଏବଂ ପ୍ଲେଅଫ୍ରେ ଲାଗି ୨୦୧ ରନ୍ର ଲକ୍ଷ୍ୟ ନେଇ ସିଏସ୍ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା । ପ୍ରଥମ ବଲ୍ରେ ହିଁ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଆଉଟ୍ ହୋଇ ଯାଇଥିଲେ।
ଆର୍ସିବି ୨୧୮ ରନ୍ କରିନେବା ପରେ ସିଏସ୍କେକୁ ୧୯୧ ରନ୍ରେ ଧରାଶାୟୀ କରିଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚିଯିବାରୁ ଉନ୍ନତ ଏନ୍ଆର୍ଆର୍ ବଳରେ ଆର୍ସିବି ପ୍ଲେଅଫ୍ର ଚତୁର୍ଥ ସ୍ଥାନଟି ଦଖଲ କରିଛି। ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା ଯାହା ସମ୍ଭବ ହେଇ ପାରିଲା ନାହିଁ ।
ଆର୍ସିବି ପ୍ରଥମ ୮ଟିରୁ ୭ ହାରିଯିବା ପରେ ଶେଷ ୬ ମ୍ୟାଚ୍ ଜିତି ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିବା ଆଇପିଏଲ୍ ଇତିହାସରେ ସବୁଠାରୁ ଚମତ୍କାର ପ୍ରତ୍ୟାବର୍ତନ କରି ପାରିଛି। ଏକତା ପଏଣ୍ଟ ଟେବୁଲ୍ର ଶେଷରେ ସଂଘର୍ଷ କରୁଥିଲା ଆର୍ସିବି। ଅନ୍ୟପକ୍ଷରେ ବିଜେତା ସିଏସ୍କେର ବିଦାୟ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଜୀବନ ଶେଷ ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।