SunStarTV
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସେଠାରୁ ରାଜଭବନ ଯିବେ ମୋଦୀ । ଆଜି ରାଜଭବନ ରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ।
ଏହାପରେ ଆସନ୍ତାକାଲି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।ସକାଳ ୮ଟାରେ ବଡ଼ଦାଣ୍ଡରେ ରୋଡ ଶୋ’ କରିବେ । ଏହାପରେ ପୁରୀ ବଡ଼ଦାଣ୍ଡରେ ରୋଡ ଶୋକରିବେ ମୋଦୀ । ଏହାପରେ ଢେଙ୍କାନାଳ ଯାଇ ସେଠାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପ୍ରଧାନମନ୍ତ୍ରୀ କଟକରେ ମଧ୍ୟ ଜନସଭା କରିବେ ।
ତା’ପରେ ଅନୁଗୋଳ ଗସ୍ତ କରି ସକାଳ ୯ଟା ୩୦ରେ ନିର୍ବାଚନୀ ସଭାରେ ଯୋଗଦେବେ । ପୂର୍ବାହ୍ନ ସାଢ଼େ ୧୧ଟାରେ କଟକରେ ଜନ ସମାବେଶକୁ ଉଦ୍ବୋଧନ କରିବେ ।
ଅନ୍ୟପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି ।ଓଡ଼ିଶାର ୩ଟି ଜାଗାରେ ସଭା କରିବେ ରାଜନାଥ ସିଂ । ପ୍ରଥମେ ରେଢ଼ାଖୋଲରେ ସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ। ରେଢ଼ାଖୋଲ ପରେ ପାଟଣା ଏବଂ ଖୋର୍ଦ୍ଧାରେ ରାଜନାଥଙ୍କ ସଭାର କାର୍ଯ୍ୟକ୍ରମ ରହିଛି ।