Sunstar Tv
Astrology Tips: ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲ ବିଷୟରେ କହିବାକୁ ଯାଉଅଛୁ। ମନ୍ଦାର ଫୁଲ ସବୁ ଦେବାଦେବୀଙ୍କୁ ଅର୍ପଣ କରାଯାଇନଥାଏ। ବ୍ରାହ୍ମଣ ଓ ପୁରୋହିତମାନଙ୍କ ମତକୁ ୯୦ ପ୍ରତିଶତ ଲୋକ ମାନିଥାନ୍ତି।
କିଛି ଲୋକ ଯେଉଁମାନେ ଜାଣିନାହାଁନ୍ତି ସେମାନେ ମନ୍ଦାର ଫୁଲକୁ ସବୁ ଦେବାଦେବୀଙ୍କୁ ଅର୍ପଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଦେବାଦେବୀଙ୍କୁ ମନ୍ଦିର ଦେବା ଶୁଭ ଓ ଅଶୁଭ।
ଆମ ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କର ବହୁତ ଅବତାର ଅଛନ୍ତି। ବିଷ୍ଣୁ ଭଗବାନଙ୍କ ପୂଜା ଯେଉଁ ଭକ୍ତମାନେ କରିଥାନ୍ତି, ସେହି ଭକ୍ତମାନଙ୍କୁ ବୈଷ୍ଣବ ବୋଲି କୁହାଯାଏ। ବୈଷ୍ଣବ ଭକ୍ତମାନେ ବୈଷ୍ଣବୀୟ ପଦ୍ଧତିରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାନ୍ତି।
ବୈଷ୍ଣବୀୟ ପୂଜା ପଦ୍ଧତି ଅନୁସାରେ କେବେ ବି ମନ୍ଦାର ଫୁଲ ଭଗବାନ ବିଷ୍ଣୁଙ୍କର କୌଣସି ଅବତାରଙ୍କୁ ଅର୍ପଣ କରାଯାଇ ନଥାଏ। ଏହାକୁ ଅଶୁଭ ମାନା ଯାଇଥାଏ।
ହିନ୍ଦୁ ଧର୍ମରେ ମୁଖ୍ୟ ଦେବତାଙ୍କ ଭିତରେ ଭଗବାନ ବିଷ୍ଣୁ, ଦେବଦେବ ମହାଦେବ, ଓ ମା ପାର୍ବତୀ ଆସିଥାନ୍ତି। ତେଣୁ ଦେବଦେବ ମହାଦେବଙ୍କର ଯେଉଁମାନେ ଭକ୍ତ ସେହିମାନଙ୍କୁ ଶୈବ ବୋଲି କୁହାଯାଇଥାଏ। ଶିବଙ୍କ ଭକ୍ତମାନେ ଯେଉଁ ପଦ୍ଧତିରେ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି ସେହି ପଦ୍ଧତିକୁ ଶୈବ ପୂଜା ପଦ୍ଧତି ବୋଲି କୁହାଯାଇଥାଏ।
ସେହି ଶୈବ ପୂଜା ପଦ୍ଧତିରେ ଆପଣ ଶିବଙ୍କୁ ମନ୍ଦାର ଫୁଲ ଅର୍ପଣ କରିପାରିବେ। କିନ୍ତୁ ଲାଲ ରଙ୍ଗର ମନ୍ଦାର ଶିବଙ୍କୁ ଅର୍ପଣ କରାଯାଏ ନାହିଁ। ପ୍ରଭୁଙ୍କର ପ୍ରିୟ ହେଉଛି ଶ୍ୱେତ ରଙ୍ଗର ମନ୍ଦାର ବା ଧଳା ରଙ୍ଗର ମନ୍ଦାର। ଆପଣ ଏହାକୁ ଅର୍ପଣ କରିପାରିବେ।
ସୂର୍ଯ୍ୟ ଭଗବାନଙ୍କୁ ଲାଲ ମନ୍ଦାର ଆପଣ ଅର୍ପଣ କରି ପାରିବେ। କିନ୍ତୁ ଧଳା କିମ୍ବା ଅନ୍ୟ କୌଣସି ରଙ୍ଗର ମନ୍ଦାର କୁ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ନାହିଁ।
ମା’ଲକ୍ଷ୍ମୀଙ୍କୁ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ। କାରଣ ହେଉଛି ମା’ଲକ୍ଷ୍ମୀଙ୍କୁ ସର୍ବଦା ପ୍ରଭୁ ନାରାୟଣଙ୍କ ସାଙ୍ଗରେ ଏକାଠି ବସାଇ ପୂଜା କରାଯାଏ। ପ୍ରଭୁଙ୍କ ଦେହକୁ ମା’ଲକ୍ଷ୍ମୀ ଲାଗିକି ରହିଥାନ୍ତି।
ସେଥିପାଇଁ ଭୁଲରେ ବି ଆପଣ ମନ୍ଦାର ଫୁଲ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ନାହିଁ। ତେଣୁ ମାଣବସା ହେଉ କିମ୍ବା ସୁଦଶା ବ୍ରତ ଓ ଅନ୍ୟ ସମୟରେ ମଧ୍ୟ ଆପଣ ମା’ ଙ୍କୁ ପୂଜା କଲାବେଳେ କେବେ ବି ମନ୍ଦାର ଫୁଲ ଅର୍ପଣ କରିବେ ନାହିଁ।
ମା’ ଶକ୍ତିଙ୍କୁ ପୂଜା କଲାବେଳେ ପ୍ରଥମେ ମନ୍ଦାର ଫୁଲର ଆବଶ୍ୟକ ହୋଇଥାଏ। ଏହାଛଡା ମା’ ଚଣ୍ଡୀ ହୁଅନ୍ତୁ କିମ୍ବା ମା’ ମଙ୍ଗଳା ଏବଂ ମା’ ସମଲେଶ୍ଵରୀଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଇଥାଏ।
ଏହି ମା’ ମାନଙ୍କୁ ଯେକୌଣସି ରଙ୍ଗର ମନ୍ଦାର ଆପଣ ଅର୍ପଣ କରିପାରିବେ। କିନ୍ତୁ ଲାଲ ମନ୍ଦାର ମା’ଙ୍କର ଅତି ପ୍ରିୟ ହୋଇଥାଏ। ମା’ ଦୁର୍ଗା ଏବଂ ମା’ କାଳୀଙ୍କୁ ମଧ୍ୟ ଆପଣ ମନ୍ଦାର ଅର୍ପଣ କରିପାରିବେ।
ମା’ ବୃନ୍ଦାବତୀ ହେଉଛନ୍ତି ମା’ଲକ୍ଷ୍ମୀଙ୍କ ଅଂଶ। ମା ଲକ୍ଷ୍ମୀଙ୍କ ଅଂଶରୁ ବୃନ୍ଦାବତୀ ଜନ୍ମ ନେଇଥିଲେ। ଯେହେତୁ ମା’ ଲକ୍ଷ୍ମୀଙ୍କ ଅଂଶ ମା’ ହେଉଛନ୍ତି ବୈଷ୍ଣବୀ। ବୃନ୍ଦାବତୀ ମା’ଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଏ ନାହିଁ।