<h4><strong>Sunstar TV</strong></h4> <h4><strong>ଭୁବନେଶ୍ୱର :</strong> ଥମିବ ତାତି । ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କ୍ରମେ ଘନିଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେଇପାରେ । ଏହାର ପ୍ରଭାବରେ ୨୫ ରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ଲଘୁଚାପ ଦ୍ବାରା ଅସହ୍ୟ ଗ୍ରୀଷ୍ମପବାହରୁ ରକ୍ଷା ପାଇବେ ରାଜ୍ୟବାସୀ । ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ୨୦ ତାରିଖରେ ୬ ଜିଲ୍ଲା ୨୧ ତାରିଖରେ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦିନକୁ ଦିନ ତାତିର ପ୍ରକୋପ କଲବଲ କରୁଛି ଜନସାଧାରଣଙ୍କ ଜୀବନ । ସକାଳ ୮ଟାରୁ ରାସ୍ତାଘାଟ ଖାଁଖାଁ ଲାଗୁଛି । ଆଉ ଦିନ ୧୧ଟା ପରେ ଆକାଶରୁ ବର୍ଷୁଛି ନିଆଁ । ଜାଳୁଛି ରାସ୍ତାଘାଟ କଳବଲ ହେଉଛି ମଣିଷ । ଆସନ୍ତା ୨୨ରେ ବର୍ଷା ହେଲେ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ ।</h4>