SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦେଶରେ ଏପ୍ରିଲ ୧୯ରୁ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ଯାହାକୁ ନେଇ ଚଳଚଞ୍ଚଳ ପଲ୍ଲୀରୁ ଦିଲ୍ଲୀ । ଦେଶରେ ୪ ଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ରାଜ୍ୟରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଯେଉଁଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ପଡିଥିଲା ଭୋଟ । ତେବେ ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ମେ ୨୦ରୁ ଆରମ୍ଭ ହେବାକୁ ଥିବା ବେଳେ ଏନେଇ ଆଜି ସରୁଛି ନେତାଙ୍କ ପ୍ରଚାର । ମୋଟ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଜନତା ।
ଦେଶର ୪୯ ଟି ଲୋକସଭା ଆସନ ମଧ୍ୟରୁ ଓଡିଶାର ମଧ୍ୟ ୫ଟି ଲୋକସଭା ଆସନ ରହିଛି । ଯେଉଁଠି ମେ ୨୦ରେ ହେବ ଭୋଟ ଗ୍ରହଣ । ତେବେ ସେହି ୫ ଲୋକସଭା ହେଉଛି ଆସ୍କା, ବରଗଡ, ବଲାଙ୍ଗୀର , କନ୍ଧମାଳ ଏବଂ ସୁନ୍ଦରଗଡ । ଏହି ଲୋକସସଭା ଆସନ ପାଇଁ ଆଜି ସଂନ୍ଧ୍ୟାାରେ ସରୁଛି ପ୍ରଚାର । ତେବେ ଓଡିଶାର ୫ ଲୋକସଭା ଆସନ ଅନ୍ତର୍ଗତ ୩୫ ବିଧାନସଭା ଆସନରେ ମଧ୍ୟ ପଡିବ ଭୋଟ । ସେହିପରି ମହାରଷ୍ଟ୍ରର ୧୩ଟି ଆସନ, ବିହାର ୫ଟି, ଝାଡଖଣ୍ଡର ୩ଟି, ଉତ୍ତରପ୍ରଦେଶର ୧୪ଟି,ଏବଂ ପଶ୍ଚିମବଙ୍ଗର ୭ଟି ଆସନ ପାଇଁ ନିଜର ମତସାବ୍ୟସ୍ତ କରିବେ ଜନତା ।
ଏହା ବ୍ୟତିତ ଜମ୍ମୁକାଶ୍ମୀରର ବାରାମୁଲା ଏବଂ ଲଦାଖ ଆସନରେ ମଧ୍ୟ ହେବ ଭୋଟଗ୍ରହଣ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ରହିଛି । ତେବେ ଆସନ୍ତାକାଲି ସୁଦ୍ଧା ଏହିସବୁ ସ୍ଥାନରେ ପୋଲିଂ ପାର୍ଟି ପହଞ୍ଚିବେ । ଏହା ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ପୋଲିସ ପକ୍ଷରୁ ସମସ୍ତପ୍ରକାର ବ୍ୟବସା କରାଯିବା ସହ ଆଇ୍ନ ଶୃଙ୍ଖଳାକୁ ମଧ୍ୟ କଡାକଡି କରାଯାଇଛି ।