SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର , ଗରୁଡ ପୁରାଣ, ସ୍ୱପ୍ନ ଶାସ୍ତ୍ର ଏହିପରି ଅନେକ କିଛି । ହିନ୍ଧୁ ଧର୍ମରେ ଥିବା ୧୮ଟି ପୁରାଣ ମଧ୍ୟରୁ ଏହି ଗରୁଡ ପୁରାଣ ସମ୍ପୂର୍ଣ୍ଣ ଭିନ୍ନ । ଜଣେ ବ୍ୟକ୍ତିର ଏହାର ମହତ୍ତ୍ୱ ଖୁବ ବେଶି । କାରଣ ଏହି ପୁରାଣରେ ବ୍ୟକ୍ତିର ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କଥା ବିସ୍ତାର ରୂପେ ବର୍ଣ୍ଣନା କରାଯାଇଥାଏ । ତେବେ ଜଣେ ବ୍ୟକ୍ତିର ଜୀବନରେ କଣ ଠିକ୍ ଓ କଣ ଭୁଲ ତାହା ମଧ୍ୟ ଏହି ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ଗରୁଡ ପୁରାଣରେ ଅନେକ ବିଷୟ ରହିଛି । ସେଥିମଧ୍ୟରୁ ଗୋଟିଏ ସୁବିଚାର ବିଷୟରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ସେହି ବିଷୟଟି ହେଉଛି କେଉଁ ଲୋକଙ୍କ ଘରେ ଭୋଜନ କରିବାକୁ ବର୍ଜନ କରାଯାଇଥାଏ । ଯଦି ଭୁଲରେ ବି ସେହି ଲୋକଙ୍କ ଘରେ ଭୋଜନ କରନ୍ତି ତାହାଲେ ଆପଣ ପାପର ବି ଭାଗି ହୋଇ ପାରନ୍ତି । ବର୍ତ୍ତମାନ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା । ଗରୁଡ ପୁରାଣ ହିସାବରେ କେଉଁ କେଉଁ ଲୋକଙ୍କ ଘରେ ଭଓଜନ କରିବା ଉଚିତ୍ ନୁହେଁ ।
ଅପରାଧୀଙ୍କ ଘରେ ଭୁଲରେ ବି କରନ୍ତୁ ନାହିଁ ଭୋଜନ:
ଯଦି କୌଣସି ବ୍ୟକ୍ତି ପ୍ରକୃତରେ ଅପରାଧୀ ହୋଇଥାଏ ତାହାଲେ ତାଙ୍କ ଘରେ କିମ୍ବା ସେହି ବ୍ୟକ୍ତିଙ୍କ ସହିତ ଭୁଲରେ ବି ଭୋଜନ କରନ୍ତୁ ନାହିଁ । ଗରୁଡ ପୁରାଣ ଅନୁସାରେ ବାସ୍ତବରେ ଏହି ଲୋକଙ୍କ ସହିତ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉପରେ ନକରାତ୍ମାକ ପ୍ରଭାବ ପଡିଥାଏ । ଏଥିସହିତ ଅପରାଧୀର ପାପରେ ମଧ୍ୟ ସେହି ବ୍ୟକ୍ତି ଭାଗିଦାର ହୋଇଥାଏ । ଫଳରେ ଜୀବନରେ ଅନେକ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ରହିଥାଏ । ତେଣୁ କୌଣସି ଅପରାଧୀ ସହିତ କିମ୍ବା ତାଙ୍କ ଘରେ ଭୋଜନ କରିବା ଉଚିତ୍ ନୁହେଁ ।
ଇଶ୍ୱରଙ୍କ ନିନ୍ଦା କରୁଥିବା ବ୍ୟକ୍ତିଙ୍କ ସହ କରନ୍ତୁ ନାହିଁ ଭୋଜନ:
ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଭଗବାନଙ୍କ ନିନ୍ଦା କରିଥାନ୍ତି ସେହି ବ୍ୟକ୍ତିଙ୍କ ସହ ଭୁଲରେ ବି ଭୋଜନ କରନ୍ତୁ ନାହିଁ । ଏଥିସହିତ ସେହି ବ୍ୟକ୍ତିଙ୍କ ସହ ବସା ଉଠା ମଧ୍ୟ କରିବା ଅନୁଚିତ୍ । ଏପରି କରିବା ଦ୍ୱାରା ଆପଣ ମଧ୍ୟ ପାପର ଭାଗି ହୋଇଥାନ୍ତି । ଗରୁଡ ପୁରାଣ ମତରେ ଯେଉଁ ବ୍ୟକ୍ତି ଭଗବାନଙ୍କ ନିନ୍ଦା କରିଥାନ୍ତି ସେମାନେ କେବେ ବି ଭଲ ଲୋକ ହୋଇ ନ ଥାନ୍ତି । ଏମିତି ଲୋକଙ୍କ ସହିତ ସମ୍ପର୍କ ରଖିବା ବି ବୁଲ ହୋଇଥାଏ । ଏହି ଲୋକମାନେ ଅଧର୍ମୀ ପ୍ରବୃତ୍ତିର ହୋଇଥାନ୍ତି । ତେଣୁ ଏହିପରି ଲୋକଙ୍କ ଘରେ ଭୋଜନ କରିବା ଅନୁଚ୍ତ ହୋଇଥାଏ ।