SunstarTV
୨୦୨୪-୨୫ଶିକ୍ଷା ବର୍ଷ ଲାଗି କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ଲାଗି ଆବେଦନ ପ୍ରକ୍ରିୟା ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବାକୁ ଯାଉଛି। ଅନ୍ଲାଇନ୍ରେ ଆଦେନ ଫର୍ମ ଉପଲବ୍ଧ ହେବ। ଆଦେନର ଶେଷ ତାରିଖ ଆସନ୍ତା ମେ’ ୨୭ତାରିଖ ରାତି ୧୧ଟା ୪୫ ଧାର୍ଯ୍ୟ ହୋଇଛି।
ଆଦେନରେ ଯଦି କିଛି ତ୍ରୁଟି ରହିଥାଏ ତେବେ ଆବେଦନକାରୀ ୨୮ତାରିଖ ସକାଳ ୧୦ଟାରୁ ପୂର୍ବାହ୍ଣ ୧୧ଟା୪୫ ମଧ୍ୟରେ ସଂଶୋଧନ କରିପାରିବେ । ଜୁନ୍ ୨୨ ପୂର୍ବାହ୍ଣ ୧୧ଟାରୁ ୱେବସାଇଟିରେ ଆଡମିଟ୍କାର୍ଡ ଉପଲବ୍ଧ ହେବ । ସେହିପରି ଜୁଲାଇ ୩ରୁ ୧୪ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରିକ୍ଷା ପରିଚାଳନା କରୁଥିବା ଏସ୍ଏସ୍ ପରୀକ୍ଷାର୍ଥୀଙ୍କ ମାର୍କ ତାଲିକା ଜୁଲାଇ ୨୦ରେ ଓକାକକୁ ପ୍ରଦାନ କରିବ। ଜୁଲାଇ୧୨ରୁ ୨୦ତାରିଖ ମଧ୍ୟରେ ଆବେଦନକାରୀମାନେ ସେମାନଙ୍କର ସ୍ନାତ୍ତ୍ଵିକ ମାର୍କ ଅପଡେଟ୍ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।