Sunstar TV
ଭୁବନେଶ୍ୱର : ଅଶାନ୍ତ ହେଉଛି ସମୁଦ୍ର । ମାଡି ଆସୁଛି ଘୁର୍ଣ୍ଣିଝଡ । ଦାନା ବାନ୍ଧିଲାଣି ଲଘୁଚାପ । ଏବେ ଠୁ ସତର୍କ କରାଇଲାଣି ପାଣିପାଗ ବିଭାଗ । କିଛିଦିନ ପରେ ପୁଣି ବଦଳିଛି ପାଣିପାଗର ମିଜାଜ । ଆଜି ସକାଳୁ ରାଜ୍ୟରାଜଧାନୀରେ ଅଳ୍ପମାତ୍ରାରେ ହୋଇଛି ବର୍ଷା । ଆଉ ତା ପରେ ଟାଣ ଖରାରେ ତାତୁଛି ରାଜଧାନୀ ଭୁବନେଶ୍ୱର । ଚାରିଆଡେ ଖରା ଥିଲେ ବି ପାଗ ଥଣ୍ଡା ଅନୁଭୂତି ହେଉଛି । କାହିଁକି ନା ଆଜି ତାଣ୍ଡବ ରଚିବ କାଳବୈଶାଖୀ । ତେଣୁ ସକାଳୁ ବଦଳିଛି ପାଗ । ଏହାକୁ ଆଖିଆଗରେ ରଖି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ହେଲେ ଆସନ୍ତା ୧୮ ତାରିଖରୁ ପୁଣି ବଢିବ ତାତି । ତାପମାତ୍ରା ୪୦-୪୩ ଡିଗ୍ରୀ ବଢିପାରେ । ଅସହ୍ୟ ହେବ ଜନଜୀବନ । ସେପଟେ ଏଥର ମୌସୁମୀ ସ୍ୱାଭାବିକ ସମୟ ଠାରୁ ଜଲଦି ଆସୁଛି । ଚଳିତ ମାସ ଅର୍ଥାତ ମେ ୩୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମେ ୨୨ ତାରିଖ ବେଳକୁ ଏହା ସଚଳ ହୋଇ ଜୁନ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁବ । ତେବେ ଜୁନ ୧୫ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଭାଗରେ ପହଞ୍ଚି ଯାଇଥିବ ମୌସୁମୀ ।