Sunstar Tv
Oil Massage Benefits: ଆମେ ସମସ୍ତେ ମୁଣ୍ଡରେ ତେଲ ଲଗାଇ ତାହାକୁ ମାଲିସ କରିଥାଉ, ଯାହାକି ମୁଣ୍ଡ ଓ ମନକୁ ଶାନ୍ତ ରଖିଥାଏ। ମୁଣ୍ଡରେ ତେଲ ମାଲିସ କରିବାର ମିଳିଥାଏ ଆମକୁ ଅନେକ ଲାଭ।
ତେଲ ମାଲିସ କରିବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ, ଏବଂ ଶରୀରର ବିଭିନ୍ନ ପ୍ରକାର ଲାଭ ମଧ୍ୟ ମିଳିଥାଏ l କିନ୍ତୁ ଆଜିର ଆଧୁନିକ ଜୀବନ ଶୈଳୀ ରେ ଆମେ ତେଲ ମାଲିସ କୁ ଆମ ଜୀବନ ରୁ ଧୀରେ ଧୀରେ ଦୂରେଇ ଦେଉଛୁ କହିଲେ ଚଳିବ।
ଆଜି ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ତେଲ ମାଲିସ କରିବା ଦ୍ୱାରା ମିଳିଥାଏ କେଉଁ ଲାଭ…
୧. ହାତରେ ତେଲ ଲଗାଇବାର ଲାଭ…
ହାତ ଆମ ଶରୀରର ଗୋଟିଏ ଏଭଳି ଅଙ୍ଗ ଯାହାକି ସର୍ବାଧିକ କେମିକାଲ ଓ ପାଣି ର ସଂସ୍ପର୍ଶ ରେ ଆସିଥାଏ l ତେଣୁ ଏହା ହାତ ସମେତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ l ଯାହାଦ୍ୱାରା ଆମର ଅନ୍ୟ ଅଙ୍ଗ ଗୁଡିକ ଡ୍ରାଏ ହୋଇଯାଇ ଥାଏ l
ହାତରେ ତେଲ ମାଲିସ କରିବା ସମୟ ରେ ପାପୁଲି ଓ ହାତ ଅଙ୍ଗୁଳି କୁ ବିଶେଷ ମାଲିସ କରିବା ଜରୁରୀ , କାହିଁକି ନା ହାତ ପାପୁଲି ରେ ଥିବା ଆକୁ ପ୍ରେସର ପଏଣ୍ଟ ଆମକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୁରେଇ ରଖେ l
୨. ନଖରେ ତେଲ ମାଲିସର ଲାଭ…
ନଖରେ ନିୟମିତ ତେଲ ମାଲିସ କରିବା ଦ୍ୱାରା ସର୍ଦି , କାଶ ଥଣ୍ଡା ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ତେଣୁ ନିୟମିତ ନଖରେ ତେଲ ମାଲିସ କଲେ ଚକ୍ଷୁର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ l ସ୍ପଂଡି ଲାଇଟିଜ ସମସ୍ୟା ମଧ୍ୟ ଠିକ ହୋଇ ଯାଇଥାଏ l
୩. ଆଣ୍ଠୁରେ ତେଲ ମାଲିସର ଲାଭ…
ଶୋଇବା ପୂର୍ବରୁ ନିୟମିତ ଆଣ୍ଠୁ ତେଲ ମାଲିସ କରନ୍ତୁ, ଏହା ଆମକୁ ଜଏଣ୍ଟ ପେନ ରୁ ଆରାମ ଦେବା ସହିତ ମସଲସ ଫ୍ଲେକ୍ସିବୂଲ ମଧ୍ୟ କରିଥାଏ l ଏବଂ ମସଲସ କ୍ରାମ୍ପ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ l ଗୋଡ଼ ର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ l
୪. ମୁଣ୍ଡରେ ତେଲ ମାଲିସର ଲାଭ…
ମୁଣ୍ଡରେ ତେଲ ମାଲିସ କରିବା ଦ୍ୱାରା ମାନସିକ ଚାପ ହ୍ରାସ ହୋଇଥାଏ, ଏବଂ ମସ୍ତିଷ୍କ ଶାନ୍ତ ରହିଥାଏ, ମୁଣ୍ଡରେ ତେଲ ମାଲିସ କରିବା ଦ୍ୱାରା ରକ୍ତଚାପ ସମସ୍ୟା ମଧ୍ୟ ଠିକ ରହିଥାଏ l ଭଲ ନିଦ ଆସିଥାଏ ଯେଉଁ କାରଣରୁ ମନ ପ୍ରଫୁଲ୍ଲ ରହିଥାଏ l