SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ରପୁରାଣ ରହିଛି । ସେଥି ମଧ୍ୟରୁ ଭିନ୍ନ ଏବଂ ଗୁରୁତ୍ୱ ପୂର୍ଣ୍ଣ ଶାସ୍ତ୍ର ହେଉଛି ଜ୍ୟୋତିଷ ଶାସ୍ତ୍ର । ଏହି ଶାସ୍ତ୍ର ମାଧ୍ୟମରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା କରିଥାନ୍ତି । ଏଥିସହିତ କେଉଁ ଗ୍ରହ କେଉଁ ରାଶିକୁ ଚଳନ କଲେ କେଉଁ ଗ୍ରହ ଏବଂ କେଉଁ ଗ୍ରହଙ୍କ ସଂଯୋଗ ହେଲା ଆତି ସେମାନେ ଗଣନା କରିଥାନ୍ତି । ସେହିପରି ଜ୍ୟୋତିଷ ବିଶାରଦମାନେ ଗଣନା କରି ସୂର୍ଯ୍ୟ ପରାଗ ଚନ୍ଦ୍ରଗ୍ରହଣ ବିଷୟରେ ମଧ୍ୟ ଜାଣିପାରନ୍ତି ଏବଂ ଏହା କେଉଁ ଦିନ ପଡୁଛି ଏବଂ ଭାରତରେ ଏହାର ପ୍ରଭାବ କଣ ରହିବ ତାହା ମଧ୍ୟ କହିଥାନ୍ତି । ତେବେ ପୂର୍ବରୁ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ହୋଲିରେ ପଡିଥିବା ବେଳେ ଦ୍ୱିତୀୟ ସୂର୍ଯ୍ୟପରାଗ ମଧ୍ୟ ଏକ ଶୁଭ ଦିନରେ ପଡୁଛି ।
ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣକୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସେଥଇପାଇଁ ଏହି ଦିନକୁ ନେଇ ବିଶେଷ ନିୟମ ମଧ୍ୟ ରହିଥାଏ । ସେହିପରି ପିତୃପୁରୁଷଙ୍କୁ ମଧ୍ୟ ହବିନ୍ଦୁ ଧର୍ମରେ ବିଶେଷ ସ୍ଥାନ ଦିଆଯାଇଛି । ସେମାନଙ୍କ ଆତ୍ମା ଶାନ୍ତି ପାଇଁ ପୂଜାପାଠ କରାଯିବା ସହ ସେମାନଙ୍କୁ ପିଣ୍ଡଦାନ ମଧ୍ୟ କରାଯାଇଥାଏ । ଏଥିପାଇଁ ବର୍ଷର କିଛି ଧର୍ମ ମାସରେ ୧୫ ଦିନ ପିତୃପକ୍ଷ ଭାବେ ପାଳନ କରାଯାଏ । ଏହି ୧୫ ଦିନ ପିତୃପୁରୁଷଙ୍କ ଆତ୍ମା ଶାନ୍ତି କରିବା ପାଇଁ ସେମାନଙ୍କୁ ପିଣ୍ଡଦାନ , ତର୍ପଣ, ଏବଂ ଶ୍ରାଦ୍ଧ ଆଦି ଦିଆଯାଇଥାଏ । ତେବେ ପିତୃପକ୍ଷର ଶେଷ ଦିନକୁ ସର୍ବ ପିତୃପକ୍ଷ ଅମାବାସ୍ୟା ବୋଲି କୁହାଯାଇଥାଏ ।ଯେଉଁମାନେ ୧୫ ଦିନ ମଧ୍ୟରେ ତାଙ୍କ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ନଥାନ୍ତି ସେମାନେ ଏହି ଦିନ ପିତୃପକ୍ଷ ଶ୍ରାଦ୍ଧ , ପିଣ୍ଡଦାନ ଆଦି କରିଥାନ୍ତି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସର୍ବପିତୃପକ୍ଷ ଅମାବାସ୍ୟା ପଡୁଛି । କିନ୍ତୁ ସବୁ ବର୍ଷ ଠାରୁ ଏଥିର ଏହି ଅମାବାସ୍ୟା ସମ୍ପୂର୍ଣ୍ଣ ଅଲଗା । କାରଣ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଏହି ଦିନ ହିଁ ପଡୁଛି । ଫଳରେ ପିତୃପୁରୁଷଙ୍କୁ କିପରି ପିଣ୍ଡଦାନ କରିବାଯିବ ତାହା ହିଁ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ।
ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସରେ ପଡିଥିବା ବେଳେ ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ୨ ତାରିଖରେ ଲାଗିବାକୁ ଯାଉଛି । ଯେଉଁଦିନ ସର୍ବ ପିତୃପୁରୁଷ ଅମାବାସ୍ୟା ମଧ୍ୟ ରହୁଛି । ତେବେ ଆଶ୍ୱିନ ମାସର ଅମାବାସ୍ୟାକୁ ପିତୃମୋକ୍ଷ ଅମାବାସ୍ୟା, ସର୍ବପିୃପୁରୁଷ ଅମାବାସ୍ୟା, ଏବଂ ମହାଳୟା ମଧ୍ୟ କୁହାଯାଏ । ତେବେ ବର୍ଷର ଏହି ଅମାବାସ୍ୟା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଚଳିତ ବର୍ଷ ଏହି ଅମାବାସ୍ୟା ଦିନ ହିଁ ସୂର୍ଯ୍ୟ ପରାଗ ଲାଗୁଥିବା ଜଣାପଡିଛି । ତେବେ ବର୍ଷର ଦ୍ୱିତୀୟ ସୂର୍ଯ ପରାଗ ଅକ୍ଟୋବର ୨ ତାରିଖ ରାତି ୯.୧୩ରୁ ଆରମ୍ଭ ହୋଇ ମଧ୍ୟ ରାତି ୦୩.୧୭ରେ ସରିବ ।
ଭାରତରେ କଣ ରହିବ ପ୍ରଭାବ:
ତେବେ ବର୍ଷର ଦ୍ୱିତୀୟସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଉତ୍ତର ଭାଗ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍, ଆର୍କଟିକ୍, ଚିଲି, ପେରୁ, ହନୋଲୁଲୁ, ଆଣ୍ଟାର୍କଟିକା, ଆର୍ଜେଣ୍ଟିନା, ଉରୁଗୁଏ, ବୁଏନୋସ୍ ଆଇରେସ୍, ବେକା ଦ୍ୱୀପ, ଫ୍ରେଞ୍ଚ ପଲିନେସିଆ ମହାସାଗର, ଉତ୍ତର ଆମେରିକାର ଫିଜି, ନୂତନ ଚିଲି , ବ୍ରାଜିଲ, ମେକ୍ସିକୋ ଏବଂ ପେରୁରେ ଦୃଶ୍ୟମାନ ହେବ । କିନ୍ତୁ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। କୁମାରୀ ଏବଂ ହସ୍ତା ନକ୍ଷତ୍ରରେ ଏହି ସୂର୍ଯ୍ୟ ପରାଗ ହେବ । ଏହି ଦିନ ଚନ୍ଦ୍ର, ବୁଧ ଏବଂ କେତୁ ସୂର୍ଯ୍ୟଙ୍କ ସହିତ ଅବସ୍ଥିତ ହେବେ । ଯେଉଁଥିପାଇଁ ଏହା ସମସ୍ତ ୧୨ ରାଶି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।