Sunstar TV
ଭୁବନେଶ୍ୱର : ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ଏହା ସହ ରାଉରକେଲାରେ ମଧ୍ୟ ପ୍ରଚାର କରିବେ । ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଚ ଦେବାକୁ କରିବେ ଅପିଲ୍ । ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ରାଉରକେଲାରୁ ଦେବଗଡ଼ ଯାଇ ବିରାଟ ସଭା କରିବେ ନବୀନ । ଅପରାହ୍ଣ ୪ଟାରେ ଛେଣ୍ଡିପଦା ଓ ୫ଟାରେ ଆଠମଲ୍ଲିକରେ ସଭା କରିବେ ବିଜେଡି ସୁପ୍ରିମୋ । ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।