Sunstar TV
ଶେଷ ଯାତ୍ରା ହେଲା ଚାରିଧାମ ଯାତ୍ରା । ଅସମ୍ଭାଳ ଭିଡ ଓ ଦିର୍ଘ ସମୟର ଅପେକ୍ଷା ନେଇଗଲା ପ୍ରାଣ । ମଙ୍ଗଳବାର ଦିନ ଯାତ୍ରା ସମୟରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାତ୍ରା ଆରମ୍ଭରୁ ୧୦ ଜୀବନ ଚାଲିଗଲାଣି । ୧୦ ତାରିଖରୁ ଆରମ୍ଭ ହୋଇଛି ୪ ଧାମ ଯାତ୍ରା । ୪ ଧାମ ଯାତ୍ରା କରି ପୂଣ୍ୟ ଅର୍ଜନ କରିବା ପାଇଁ କାହିଁ କେତେଦୁରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । କିନ୍ତୁ ଏହି ଯାତ୍ରା ପାଲଟିଯାଉଛି ଜୀବନର ଶେଷ ଯାତ୍ରା । ଲକ୍ଷାଧିକ ଭକ୍ତ ୪ ଧାମ ମୁହାଁ ହେଉଥିବାରୁ ଗଙ୍ଗୋତ୍ରି ଓ ଯମୁନେତ୍ରିଙ୍କୁ ଧାମକୁ ଥିବା ରାସ୍ତା ୪୫ କିଲୋମିଟର ପର୍ଯ୍ୟନ୍ତ ଭିଡ ଜମି ରହିଛି । ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବାରୁ ମନ୍ଦିରକୁ ଯାଉଥିବା ଗାଡି ଗୁଡିକର ପାଳି ୨୦ରୁ ୨୫ ଘଣ୍ଟା ପରେ ପଡୁଛି । ଗାଡିକୁ ଅପେକ୍ଷା କରି କରି ଶ୍ରଦ୍ଧାଳୁ ଅସୁସ୍ଥ ହେବା ସହ ୪ ଦିନରେ ୧୦ ଜଣଙ୍କର ମୃତ୍ୟୁ ହୋଇ ଗଲାଣି ।