Sunstar TV
ନୂଆଦିଲ୍ଲୀ : ହାତକୁ ଦୁଇ ହାତ ହେବେ ରାହୁଲ ଗାନ୍ଧୀ । ଘରକୁ ଆସିବେ ରାହୁଲଙ୍କ କନିଆ । ଦୀର୍ଘଦିନର ଅପେକ୍ଷା ପରେ ଏବେ ରାହୁଲ ସାଜିବେ ବର । ତେବେ ଏ ସମୟରେ ରାଜନୀତି ମାହୋଲ ସରଗରମ ଥିବା ବେଳେ ରାହୁଲ କହଛନ୍ତି ରାଜନୀତି ପଛରେ ଥାଉ ମୁଁ ଆଗେ ବାହା ହେବି । ଏଥର ରାହୁଲଙ୍କ ଜୀବନରେ ଆସିଛି ଖୁସି । ରାହୁଲଙ୍କ ପାଇଁ ବାଜିବ ସାହାନାଇ । କନିଆ ହାତରେ ଲଗାଇବେ ରାହୁଲଙ୍କ ନାଁରେ ମେହେନ୍ଦୀ । ଆଉ ବାହାଘର ବି ହେବ ପୁରା ରାଜକୀୟ ଢଙ୍ଗରେ । ହାତରେ ହାତ ଛନ୍ଦି ରାହୁଲ ନେବେ ସାତ ଫେରା । ଦିନେ ରାହୁଲ କହୁଥିଲେ ବାହା ହେବେନି । ଆଉ ଏବେ ବାହା ହେବାପାଇଁ ମନ ହେଲାଣି ଉଚ୍ଛନ୍ନ । ତେବେ ରାହୁଲଙ୍କ ଏଭଳି କଥା ଶୁଣି ପୁରା ଭାରତ ଆଶ୍ଚର୍ଯ୍ୟ ହେବା ସହ ଖୁସିରେ ଆର୍ଶିବାଦ ବି ଦେଇଛନ୍ତି । କିହଛିନ୍ତି ଡେରିରେ ହେଉପଛେ ରାହୁଲଙ୍କ ନିଷ୍ପତି ଏକଦମ ଠିକ୍ । ମୋଷ୍ଟ ହ୍ୟାଣ୍ଡସମ ସହ ଜଣେ ଜେନ୍ଟଲମ୍ୟାନ ଭାବେ ରାଜନୀତିରେ ଚର୍ଚ୍ଚିତ ଚେହେରା ରାହୁଲ ଗାନ୍ଧୀ । ରାହୁଲଙ୍କୁ ପାଇବା ପାଇଁ ବହୁ ଝିଅ ଅପେକ୍ଷା କରିଥିଲେ । ହେଲେ ସେତେବେଳେ ରାହୁଲ ବାହା ହେବାକୁ ସିଧା ସିଧା ମନା କରିଦେଇଥିଲେ । କିନ୍ତୁ ଏବେ ରାହୁଲ ବାହା ହେବାକୁ ମନ ବଳେଇଲେଣି । ଏପରିକି ରାଜନୀତିକୁ ପଛରେ ଛାଡି ଆଗେ ବାହା ହେବାକୁ ପ୍ରସ୍ତୁତ ହେଲେଣି ରାହୁଲ । ତେବେ ବାହା ହେବା ପୂର୍ବରୁ ରାହୁଲ ଯେପରି ବୈବାହିକ ଜୀବନ ଭଲରେ ଚାଲୁ ସେଥିପାଇଁ ମନ୍ଦିରରେ ପୂଜାର୍ଚ୍ଚନା ବି କରୁଛନ୍ତି । ସୂଚନାନୁସାରେ ନିକଟରେ ରାଏବରେଲୀରେ ଏକ ସଭାରେ ଆୟୋଜନ ଚାଲିଥିଲା । ସେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇ ନିଜର ମନ୍ତବ୍ୟ ଦେଉଥିଲେ । ଆଉ ସେହି ସମୟରେ ଜଣେ ରାହୁଲଙ୍କୁ ପ୍ରଶ୍ନ ପଚାରିିଥିଲେ କି ରାହୁଲ କେବେ ବାହା ହେଉଛନ୍ତି । ଏହାକୁ ନେଇ ରାହୁଲ ସ୍ମିତହାସ୍ୟ ଦେଇ କହିଥିଲେ ମୁଁ ବହୁତ ଶୀଘ୍ର ବାହା ହେବାକୁ ଯାଉଛି । ତେବେ ରାହୁଲଙ୍କ କଥା ଓ ହସରୁ ଲାଗିଥିଲା ଯେ ରାହୁଲଙ୍କ ପାଇଁ କନିଆ ରେଡି । ତେବେ କଣ ହେବ ଆଗକୁ ସ୍ଥିତି ତାହାତ ସମୟ କହିବ । କେରଳର ୱାୟନାଡା ବ୍ୟତୀତ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ପ୍ରଦେଶର ରାଏବରେଲୀ ଆସନରୁ କଂଗ୍ରେସ ପ୍ରାର୍ଥୀ ଅଟନ୍ତି ।