SunstarTV
ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶର ବାରାଣାସୀରୁ ଆସନ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ। ତାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ କାର୍ଯ୍ୟକ୍ରମ ରହିଛି।
ସୂଚନା ମୁତାବକ ୯ଟା ବେଳେ ଗଙ୍ଗାରେ ସ୍ନାନ କରି , ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୪୦ରେ ନାମାଙ୍କନ ଭରିବା ନେଇ ସୂଚନା ରହିଛି। ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିବେ।
ତେବେ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବାର ସୂଚନା ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
ଲଗାତାର ଦୁଇଥର ରେକର୍ଡ ଭୋଟ୍ ସହ ପିଏମ ମୋଦୀ ଏହି ଆସନରେ ଜିତିଛନ୍ତି, ଏବେ ସେ ପୁଣିଥରେ ଏହି ଆସନରୁ ହ୍ୟାଟ୍ରିକ୍ ମାରିବା ଲାଗି ଲକ୍ଷ୍ୟରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ନାମାଙ୍କନ ଦାଖଲ କରିବା ଧାନମନ୍ତ୍ରୀ ମୋଦୀ ସକାଳ ୧୦:୦୦ ରେ ପାଟଣାର ଗୁରୁଦ୍ୱାର ଗସ୍ତ କରିବେ, ଏହା ପରେ ସେ ସକାଳ ୧୦:୩୦ ରେ ହାଜିପୁରରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ତା’ପରେ ଅପରାହ୍ନ ୧୨:୦୦ ରେ ମୁଜାଫରନଗର, ୨:୩୦ ରେ ସରଣ ଏବଂ ସନ୍ଧ୍ୟା ୫ ରେ ବାରାଣାସୀ ଯିବେ । ଏହା ପରେ ବାରାଣାସୀରେ ଅପରାହ୍ନ ୫ ଟା ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ବଡ ରୋଡ୍ ସୋ ହେବାର କାର୍ଯ୍ୟକ୍ରମ ରହିଛି ।