SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ମଣିଷ ଶରୀର ସୁସ୍ଥ ଓ ରୋଗହୀନ ରହିବା ପ୍ରମୁଖ ଆଶା ଅଟେ । ମାତ୍ର ଶାରୀରିକ ଦୁର୍ବଳତା ଓ ବୟସ ରେ ବୃଦ୍ଧି ଯୋଗୁ କିଛି ରୋଗ ହୋଇଥାଏ । ଆଜି ଆମେ ଆପଣଙ୍କୁ ଡାଇବେଟିସ ଥିବା ଲୋକମାନଙ୍କୁ ଏହି 10 ଟି ଜିନିଷ କୁ ଖାଇବା ଅନୁଚିତ୍ । କାରଣ ଏହି ଜିନିଷ ର ସେବନ ଶରୀର ରେ ଡାଇବେଟିସ କୁ ବୃଦ୍ଧି କରି ଥାଏ । ସାଧାରଣତ କାର୍ବନ ହାଇଡ୍ରେଟ ଓ ଫାଇବାର ଅଧିକ ଥିବା ଖାଦ୍ୟ କୁ ଖାଇବା ଦ୍ଵାରା ଡାଇବେଟିସ ନିୟମିତ ରହିଥାଏ ।
ତେଣୁ ଆପଣମାନଙ୍କୁ ଖାଦ୍ୟ ଖାଉଥିବା ସମୟରେ ଏହା ପ୍ରତି ଧ୍ୟାନ ଦେବାକୁ ହେବ । ଆଜି ଆମେ 10 ଟି କ୍ଷତିକାରକ ଖାଦ୍ୟ ସମ୍ବନ୍ଧରେ ଆପଣଙ୍କୁ କହିବୁ ଏବଂ ଡାଇବେଟିସ ପାଇଁ ଏହା ବିଷ ସମାନ ହୋଇଥାଏ ।
1- ମକା ଆପଣଙ୍କୁ କମ୍ ଖାଇବା ଦରକାର , କାରଣ ଏଥିରେ କାର୍ବନ ହାଇଡ୍ରେଟ ଓ ଫାଇବାର ଅଧିକ ପରିମାଣରେ ରହିଥାଏ ଓ ଡାଇବେଟିସ କୁ ବଢାଇଥାଏ ।
2- ମଟରରେ ମଧ୍ୟ କାର୍ବନ ହାଇଡ୍ରେଟ ଅଧିକ ଥାଏ ତେଣୁ ଏହାକୁ ଅଧିକ ପରିମାଣ ରେ ନ କହିବା ଉଚିତ୍ ।
3- ଡାଇବେଟିସ ଥିବା ଲୋକମାନଙ୍କୁ ଆଳୁ ର ସେବନ ନ କରିବା ଭଲ ହୋଇଥାଏ , କାରଣ ଏଥିରେ ଅତ୍ୟଧିକ କାର୍ବନ ହାଇଡ୍ରେଟ ରହିଥାଏ । ଆଳୁ କୁ ତେଲ ରେ ବାଝିକି ଖାଇବା ଦ୍ଵାରା ଏହାର ଆହୁରି ଆଧିକ କ୍ଷତିକାରକ ହୋଇଯାଇଥାଏ । ଯଦି ଆପଣ ଏହାକୁ ଖାଇବାକୁ ଚାହୁଛନ୍ତି ତେବେ ଆଳୁ କୁ ଗରମ ପାଣି ରେ ଫୁଟାଇ ଖାଇବା ଭଲ ହୋଇଥାଏ ।
4 – କନ୍ଦମୂଳ କୁ ଡାଇବେଟିସ ଲୋକମାନେ ନ ଖାଇବା ତାଙ୍କ ପାଇଁ ଭଲ ହୋଇଥାଏ । ଏଥିରେ ସୁଗାର ପରିମାଣ ଅତଧିକ ମାତ୍ରା ରେ ଅରହିଥାଏ ଯାହା ରକ୍ତଚାପ କୁ ବୃଦ୍ଧି କରିଥାଏ ।
5- ଗାଜର ଖାଇବାକୁ ମିଠା ଲାଗେ ନାହିଁ , କିନ୍ତୁ ଏହା ଡାଇବେଟିସ ବୃଦ୍ଧି କରିଥାଏ ।
6- ଆମେ ଦୈନନ୍ଦିକ ଜୀବନରେ ଖାଉଥିବା ଭାତ ରେ କାର୍ବନ ହାଇଡ୍ରେଟ ଅଧିକ ରହିଥାଏ , ତେଣୁ ଆପଣଙ୍କୁ ଭାତ କୁ ପାଣି ଫୁଟାଇ କହିବା ଉଚିତ୍ ବା ବ୍ରାଉନ ରାଇସ ର ସେବନ କରିବା ଡାଇବେଟିସ ଲୋକମାନଙ୍କ ପାଇଁ ଭଲ ହୋଇଥାଏ ।
7- white bread ଏଥିରେ ଫାଇବାର ନଥାଏ ଓ ଏହାକୁ ତିଆରି କରିବା ସମୟରେ ତେଲ , ଚିନି କୁ ବ୍ଯବହାର କରାଯାଇଥାଏ । ତେଣୁ ଏହାକୁ ନ ଖାଇବା ଉଚିତ୍ ।
8- ପନିପରିବା ଜୁସ ରେ ମଧ୍ୟ ସୁଗାର ମାତ୍ରା ଅଧିକ ରହିଥାଏ ।
9- କଖାରୁ ରେ କାର୍ବନ ହାଇଡ୍ରେଟ ଅଧିକ ରହିଥାଏ ଓ ବିଟ ଏହି ଦୁଇଟି ଜିନିଷ ଡାଇବେଟିସ କୁ ବୃଦ୍ଧି କରିଥାଏ । ତେଣୁ ଡାଇବେଟିସ ଲୋକମାନଙ୍କୁ ଏହି ପନିପରିବା କୁ ଖାଇବା ଠାରୁ ଦୂର ରେ ରହିବା ଉଚିତ୍ ।