SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଓଡିଶାରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଆଜିଠାରୁ ଆରମ୍ଭ ହେଉଛି । ଭୋଟରମାନେ ବୁଥରେ ଯାଇ ନିଜ ପ୍ରିୟ ନେତାଙ୍କୁ ବାଛୁଛନ୍ତି ଏବଂ ନିଜର ମତ ଦେଉଛନ୍ତି । ଏପଟେ ହେବି ୱେଟ ନେତାଙ୍କ ହୃସ୍ପନ୍ଦନ ବଢିବଢି ଚାଲିଛି । କାରଣ ଚଳିତ ବର୍ଷ ଜନତା କାହାକୁ ବାଛିବେ ଆଉ କିଏ ପିନ୍ଧିବ ବିଜୟ ତାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ନେତାଠୁ ଜନତା । ତେବେ ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଓଡିଶାର ଏହା ପ୍ରଥମ ପର୍ଯ୍ୟାୟ ମତଦାନ । ଯେଉଁଥିରେ ୪ଟି ଲୋକ ସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ପଡୁଛି ଭୋଟ ।
ଆଜି ମୋଟ ଓଡିଶାରେ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସକାଳ ୭ଟାରୁ ଏହି ମତଦାନ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଯାଏଁ ଏହା ଚାଲିବ । ଖାସ କରି ନୂଆ କରି ମତ ଦେଉଥିବା ଯୁବପିଢୀଙ୍କ ମଧ୍ୟରେ ଭୋଟକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଏହି ପରିପେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଭୋଟରଙ୍କୁ ପାଇଁ ଏକ ଟ୍ୱିଟ୍ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ଭାବେ ଓଡିଆରେ ଲେଖା ହୋଇଛି ।
ମୋଦି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ହେଉଛି ମତଦାନ । ମୁଁ ନିଶ୍ଚିତ ଯେ ସବୁ ନିର୍ବାଚନ ମଣ୍ଡଳୀରେ ଲୋକେ ବିପୁଳ ମାତ୍ରାରେ ମତଦାନ କରିବା ସହ ମତଦାନ ହାରକୁ ବଢାଇବେ । ଏହିପରି ଏକ ଟ୍ୱିଟ୍ କରି ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କ ଭୋଟ ଆପଣଙ୍କ ସ୍ୱର । ତେବେ ମୋଦିଙ୍କ ଏହି ଟ୍ୱିଟ୍ ଓଡିଆ ଭୋଟରଙ୍କ ମନରେ ଏକ ସ୍ୱତନ୍ତ୍ର ଭାବନା ସୃଷ୍ଟି କରିଛି ।