Sunstar TV
ନୂଆଦିଲ୍ଳୀ: ନିଲମ୍ବିତ ଜେଡି (ଏସ) ନେତା ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ପୁଣି ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ପରିଚୟ ସୁରକ୍ଷିତ ରଖାଯାଇଛି। ତେବେ ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ ପ୍ରଜ୍ବଳ ତାଙ୍କ ବେଙ୍ଗାଲୁରୁ ବାସଭବନରେ ଚାରିରୁ ପାଞ୍ଚ ବର୍ଷ ପୂର୍ବେ ତାଙ୍କ ମା’ଙ୍କ ସହ ଦୁଷ୍କର୍ମ କରିଥିଲେ।
ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ର ସୂତ୍ର ଅନୁସାରେ, ମହିଳା ଘଟଣାକୁ ବର୍ଣ୍ଣନା କରି ବିସ୍ତୃତ ଉପଯୁକ୍ତ ପ୍ରଦାନ କରିଛନ୍ତି। ମହିଳା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୨୦ ରୁ ୨୦୨୧ ମଧ୍ୟରେ ପ୍ରଜ୍ବଳ ତାଙ୍କୁ ଭିଡିଓ କଲ୍ କରି ପୋଷାକ ଖୋଲିବାକୁ କହୁଥିଲେ। ତାଙ୍କ କଥାରେ ରାଜି ନହେଲେ ମା’ଙ୍କ ପ୍ରତି ବିପଦ ଧମକ ଦେଉଥିଲେ। ଫଳରେ ମହିଳା ଜଣକ ନିଜ ମାଆଙ୍କ ସୁରକ୍ଷା ପାଇଁ ପ୍ରଜ୍ବଳଙ୍କ ସାମ୍ନାରେ ପୋଷାକ ଖୋଲିବାକୁ ବାଧ୍ୟ ହୋଇଥିଲେ।
”ସେ ମୋ ମା’ଙ୍କ ମୋବାଇଲରୁ ଭିଡିଓ କଲ କରି ଉତ୍ତର ଦେବାକୁ ବାଧ୍ୟ କରିଥିଲେ। ମୁଁ ମନା କରିଦେବା ପରେ ସେ ମୋତେ ଏବଂ ମା’ଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ। ଆମ ପରିବାର ଆମକୁ ସମର୍ଥନ କରିଥିଲେ। ଯେତେବେଳେ ସେମାନେ ଏହି ଘଟଣା ବିଷୟରେ ଜାଣିଲେ ସେତେବେଳେ ଆମେ ଅଭିଯୋଗ କରିଥିଲୁ” ବୋଲି ମହିଳା କହିଛନ୍ତି।
ମହିଳାଙ୍କ ମାଆ ଯଦି ତାଙ୍କ ସହ ସହମତି ପ୍ରକାଶ ନକରନ୍ତି ତେବେ ସେ ତାଙ୍କ ସ୍ବାମୀଙ୍କ ଚାକିରି ଛଡ଼ାଇ ଦେବେ ବୋଲି ପ୍ରଜ୍ବଳ ଧମକ ଦେଇଥିଲେ। କେବଳ ସେତିିକି ନୁହେଁ ଝିଅକୁ ବି ଦୁଷ୍କର୍ମ କରିବେ ବୋଲି କହି ତାଙ୍କ ମାଆଙ୍କୁ ଭୟଭୀତ କରାଇଥିବା ମହିଳା ଅଭିଯୋଗ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୦ରୁ ୨୦୨୧ ମସିହା ମଧ୍ୟରେ ଚାଲିଥିବା କ୍ରମାଗତ ନିର୍ଯ୍ୟାତନା ତାଙ୍କ ପରିବାର ଉପରେ ଏକ ବଡ ଧରଣର ପ୍ରଭାବ ପକାଇ ଫୋନ୍ ନମ୍ବର ବଦଳାଇବାକୁ ବାଧ୍ୟ କରିଥିଲା।