Sunstar Tv
Anubhav Mohanty: ଅନୁଭବ ମହାନ୍ତିଙ୍କ ନାଁରେ ଜାରି ହେଲା ଏନବିଡବ୍ଲୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏହି ଏନବିଡବ୍ଲୁ ଜାରି ହୋଇଛି । ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ।
ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଗିରଫ ହୋଇପାରନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କଟକ ଜେଏମ୍ଏଫସି କୋର୍ଟ ପକ୍ଷରୁ NBW ଜାରି କରାଯାଇଛି । ପୁରୀଘାଟ ଥାନାରେ ରୁଜୁ ହୋଇଥିବା ମାମଲାରେ ଅନୁଭବଙ୍କ ବିରୋଧରେ ଜାରି ହେଲା NBW ।
ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ତେଣୁ ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ । ଏନେଇ ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ସୂଚନା ଦେଇଛନ୍ତି ।
ନିକଟରେ ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଅନୁଭବଙ୍କ ପତ୍ନି ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ।
ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନରେ ବର୍ଷା ଅଭିଯୋଗ କରିଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ମେ ୭ରେ ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କୋର୍ଟ।