SUNSTARTV
Broom Buying Tips:ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରଣ ରହିଛି । ଏମାନଙ୍କ ମଧ୍ୟରୁ ବାସ୍ତୁଶାସ୍ତ୍ର ହେଉଛି ସମ୍ପୂର୍ଣ୍ଣ ଅଲଗା । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ବାସ୍ତୁଶାସ୍ତ୍ର ଅନେକ ପ୍ରଭାବ ପକାଇଥାଏ । ଏହି ଶାସ୍ତ୍ର ଅନୁସାରେ ଘରେ ପ୍ରତ୍ୟେକ ଜିନିଷ କିପରି ରହିବ ତା ବିଷୟରେ ମଧ୍ୟ ବିସ୍ତାର ରୂପେ ଉଲ୍ଲେଖ ରହିଥାଏ । ଠିକ୍ ସେହିପରି ଝାଡୁ ବିଷୟରେ ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । ପ୍ରକୃତରେ ହିନ୍ଦୁ ଧର୍ମରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତିକ ବୋଲି କୁହାଯାଏ । ତେଣୁ ଏହାକୁ ଯଦି ନିୟମ ଅନୁସାରେ ବ୍ୟବହାର କରାଯାଏ ,ତେବେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଝାଡୁ କିଣିବା ଠାରୁ ଆରମ୍ଭ କରି ଏହାକୁ ବ୍ୟବହାର କରିବା ନିୟମ ବିଷୟରେ ।
ଏହି ଦୁଇ ଦିନ କେବେ ବି କିଣନ୍ତୁ ନାହିଁ ଝାଡୁ :
ବାସ୍ତୁ ଶାସ୍ତ୍ର ଅନୁସାରେ କେବେବି ସୋମବାର ଓ ଶନିବାର ଦିନ ଝାଡୁ କିଣିବା ଉଚ୍ତ ନୁହେଁ । କାରଣ ସୋମବାର ଦିନ ଝାଡୁ କିଣିବା ଦ୍ୱାରା ଧନ ହାନି ହୋବାର ସମ୍ଭାବନା ରହିଥାଏ । କେବଳ ସେତିକି ନୁହେଁ ବରଂ ଋଣ ବୃଦ୍ଧି ମଧ୍ୟ ହୋଇଥାଏ । ସେହିପରି ଶନିବାର ଦିନ ଝାଡୁ କିଣିବା ଦ୍ୱାରା ବ୍ୟକ୍ତି ଶନିଙ୍କ ପ୍ରକୋପକୁ ସାମ୍ନା କରିବାକୁ ପଡିଥାଏ ।
ପଞ୍ଚକରେ କିଣନ୍ତୁ ନାହିଁ ଝାଡୁ:
ବାସ୍ତୁଶାସ୍ତ୍ରରେ ପଞ୍ଚକକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଦିନ ସମସ୍ତ ଧାର୍ମିକ କାର୍ଯ୍ୟ କରାଯାଏ । ତେଣୁ ଏହିକାରଣରୁ ପଞ୍ଚକରେ ଝାଡୁ କିଣିବାକୁ ଆଶୁଭ ବୋଲି ବିବେଚନା କରାଯାଏ ।
ଜାଣନ୍ତୁ କେଉଁ ଦିିନରେ କିଣିବେ ଝାଡୁ :
ଶାସ୍ତ୍ର ଅନୁସାରେ ଝାଡୁ କିଣିବା ପାଇଁ ମଙ୍ଗଳବାର ଏବଂ ଶୁକ୍ରବାରକୁ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଝାଡୁ କିଣିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ଏତିସହିତ ମାଙ୍କ ଶୁଭ ଦୃଷ୍ଟି ଘର ଉପରେ ପଡିଥାଏ ।
କେଉଁଠି ଝାଡୁ ରଖିବା ଶୁଭ:
ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁକୁ ସର୍ବଦା ଘରର ଉତ୍ତର ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ୍ । ଏହା ଦ୍ୱାରା ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଥାଏ । ଏଥିସହିତ ବ୍ୟକ୍ତିର ଜୀବନରେ ସକରାତ୍ମକ ଉର୍ଜା ଭରି ରହିଥାଏ । ତେବେ ଭୁଲରେ ବି ଘରର ଐଶାନ୍ୟ କୋଣ କିମ୍ବା ଦକ୍ଷୀଣ-ପୂର୍ବ କୋଣରେ ଝାଡୁ ରଖନ୍ତୁ ନାହିଁ । କାରମ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଫଳରେ ଘରେ ସଦା ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିବା ସହ ଅଶାନ୍ତି ସୃଷ୍ଟି ହୋଇଥାଏ ।