SUNSTARTV
Corona Update:ମହାମାରୀ କରୋନା ନାଁ ଶୁଣିଲେ ଥରି ଉଠୁଛି ଜନତାଙ୍କ ଛାତି । କାରଣ ଏହି ମହାମାରୀ ଉଜାଡି ଦେଇଛି କେତେ ଘର କେତେ ସ୍ୱପ୍ନ ଆଉ କେତେ ସଂସାର । ଦୀର୍ଘ ୨ରୁ ୩ ବର୍ଷ ଧରି ମଣିଷ ସମାଜକୁ କଲବଲ କରିଥିଲା ଏହି କରୋନା ଭୂତାଣୁ । ତେବେ ୨୦୨୨ରୁ ଭାରତ ସମେତ ସାରା ବିଶ୍ୱରେ କରୋନାର ଆତଙ୍କ କମିଥିବା ବେଳେ ବର୍ତ୍ତମାନ ପୁଣି କରୋନାର ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି । ତେବେ ଆଜି ବି ଏହାର ଆତଙ୍କ ଶେଷ ହୋଇନାହିଁ । ବିଶ୍ୱର ଅନେକ ଦେଶରେ ଓମିକ୍ରନର ସବ ଭାରିଆଣ୍ଟ କେପି.୨ ମାମଲା ଦ୍ରୁତଗତିରେ ବଢିଚାଲିଛି । ଯଦି ଭାରତର କଥା ଦେଖିବା ତାହାଲେ ଏଠାରେ ମଧ୍ୟ ଓମିକ୍ରନର ଏହି ସବଭାରିଆଣ୍ଟ ମମଲା ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ମହାରଷ୍ଟ୍ରରେ ଓମିକ୍ରାନର ସବ ଭାରିଆଣ୍ଟ କେପି.୨ ଏହି ଭାରିଆଣ୍ଟ ବଢି ଚାଲିଛି ।
ମହାରଷ୍ଟ୍ରରୁ ସାମ୍ନାକୁ ଆସିଲା ୯୧ ମାମଲା:
ମହାରଷ୍ଟ୍ରରେ କୋଭିଡର କେପି ୨ ସବଭାରିଆଣ୍ଟ ଜେଏନ.୧ ଭାରିଆଣ୍ଟ ଠାରୁ ମଧ୍ୟ ଅଧିକ ରହିଛି । ଫଳରେ ଏହି ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ରିପୋର୍ଟ ଅନୁସାରେ ପୁଣେରେ କେପି.୨ ସବଭାରିଆଣ୍ଟରେ ୫୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଥାନାରେ ୨୦ ଟି ମାମଲା ରୁଜୁ ହୋଇଛି । ତେବେ ଏହି କେପି.୨ ସବଭାରିଆଣ୍ଟ ପ୍ରଥମ ଥର ପାଇଁ ଜାନୁଆରୀ ମାସରେ ହିଁ ସାମ୍ନାକୁ ଆସିଥିଲା । ଯାହାକି ବର୍ତ୍ତମାନ ଆମେରିକାରେ ପ୍ରମୁଖ ଭାରିଆଣ୍ଟ ହୋଇଛି । ତେବେ ଆମେରିକା ନୁହେଁ ବରଂ ମହାରଷ୍ଟ୍ରରେ ମଧ୍ୟ ପ୍ରଥମ ଥର ପାଇଁ ଏହି କେପି.୨ ମାମଲା ଜାନୁଆରୀରରେ ନଜର ଆସିଥିଲା । ତେବେ ଆସ୍ୱସ୍ଥିକର ଖବର ହେଉଛି ଯେ ଏହି ଭାରିଆଣ୍ଟର ଗମ୍ଭିର ମାମଲା ବର୍ତ୍ତମାନ ଯାଏଁ ସାମ୍ନାକୁ ଆସିନାହିଁ । ଏଥିସହିତ ଅଳ୍ପ ଲକ୍ଷଣ ଥିବା ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉ ନାହାନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ଗରମରେ କୋଭିଡର ଆତଙ୍କ ବଢିବାର ସମ୍ଭାବନା ରହଛି ।