Sunstar Tv
Vastu Tips: ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ବ ରହିଛି। ଯାହାକୁ ଅନୁସରଣ କରି ଚାଲିବା ଦ୍ୱାରା ଜୀବନରେ କୌଣସି ଅଭାବ ରୁହେ ନାହିଁ।
ଜୀବନରେ ଆଗକୁ ବଢ଼ିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଉଚିତ୍। ଆଜିକା ଦୁନିଆରେ ଚାକିରି ଖଣ୍ଡେ ଖୋଜିବା ବହୁତ ମୁସକିଲ ହୋଇଗଲାଣି। ଅଧରକ ପରିଶ୍ରମ ଏବଂ ଅଧିକ ପାଠ ପଢ଼ିବା ପରେ ମଧ୍ୟ ଯୁବପିଢ଼ିର ଅନେକ ଯୁବା ବେରୋଜଗାର ହୋଇ ଅଛନ୍ତି।
କୁହାଯାଉଛି ଯେ, ଆପଣଙ୍କ ଯୋଗ୍ୟତା ଏବଂ କଠିନ ପରିଶ୍ରମର ଚାକିରି ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଅନେକ ଥର ନିଜର ଭାଗ୍ୟ ସାଥ ଦେଇନଥାଏ ଏବଂ ଆପଣ ନିଜ ଲକ୍ଷର ପାଖକୁ ଯାଇ ମଧ୍ୟ ଲକ୍ଷସ୍ଥଳରେ ପହଞ୍ଚି ପାରନ୍ତିନାହିଁ। ତେବେ ଚାକିରି ପାଇବା ପାଇଁ ଆପଣାନ୍ତୁ କିଛି ବାସ୍ତୁ ଟିପ୍ସ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ କୌଣସି ଅଳିଆ ଜମା ହେବାକୁ ଦିଅନ୍ତୁ ନାହିଁ। ସେହି ଦିଗରେ ଥିବା ଅନାବଶ୍ୟକ ଜିନିଷକୁ ଫିଙ୍ଗି ଦିଅନ୍ତୁ। କାରଣ ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତି ଯୋଡି ହୋଇ ରହିଛି। ତେଣୁ ଏଭଳି କରିବା ଦ୍ୱାରା ତୁରନ୍ତ ଚାକିରି ମିଳିବାର ସମ୍ବାବନା ରହିଛି।
ଇଣ୍ଟରଭ୍ୟୁ କିମ୍ବା ଲିଖିତ ପରିକ୍ଷାରେ ପାସ ହେବା ପାଇଁ ନିଜ ରୁମର ଉତ୍ତର ଦିଗରେ ସବୁଜ ଉଦ୍ଭିଦ ରଖନ୍ତୁ। ସବୁଜ ରଙ୍ଗ ନୂଆ ଆରମ୍ଭର ପ୍ରତୀକ। ଏହା ସହିତ ଭଲ ସୁଯୋଗକୁ ଆକର୍ଷଣ କରିଥାଏ। ଏହା କରିବା ଦ୍ୱାରା ଆପଣଙ୍କ ଭଅଗ୍ୟ ଖୋଲିଯିବ।
ପାଠପଢ଼ାର ଟେବୁଲ ହେଉ କିମ୍ବା ଡେସ୍କ ପଛ ପଟ କାନ୍ଥରେ ପର୍ବତର ଏକ ପୋଷ୍ଟର ଲଗାନ୍ତୁ। ଏହାକୁ ଦେଖିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ। ଯାହାଫଳରେ କି ଆପଣଙ୍କୁ ଚାକିରି ମିଳିବା ସହଜ ହୋଇଯିବ।