SunstarTV
ନିର୍ବାଚନୀ ପ୍ରଚାରରେ ରାମ ମନ୍ଦିର ପ୍ରସଙ୍ଗ ସାଧରଣ ବିଷୟ ବାସ୍ତୁ ହେଇଥିବା ବେଳେ ବିଜେପି ଅନେକ ଥର ପ୍ରଶ୍ନ ପଚାରିସାରିଛି ଯେ କଂଗ୍ରେସ ସମେତ ବିରୋଧୀ ଦଳମାନେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବକୁ କାହିଁକି ବର୍ଜନ କରିଥିଲେ । ଏହାରି ଭିତରେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ରାମ ମନ୍ଦିର ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଲୋକସଭା ନିର୍ବାଚନ ଭିତରେ ରାମ ମନ୍ଦିରକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଇଣ୍ଡିଆ ମେଣ୍ଟ ସରକାରକୁ ଆସେ ତେବେ ଦେଶର ୪ ଶଙ୍କରାଚାର୍ଯ୍ୟଙ୍କୁ ଡାକି ରାମ ମନ୍ଦିରରଶୁଦ୍ଧିକରଣ କରାଯିବ।
ପାଟୋଲଙ୍କ କହିବାନୁସାରେ ଦେଶର ୪ ଶଙ୍କରାଚାର୍ଯ୍ୟ ମୋଦୀଙ୍କ ଦ୍ବାରା ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଏଣୁ ଇଣ୍ଡିଆ ମେଣ୍ଟ ସରକାର ଆସିଲେ ପ୍ରଥମେ ଦେଶର ଏହି ୪ ସମ୍ମାନସ୍ପଦ ଶଙ୍କରାଚାର୍ଯ୍ୟଙ୍କୁ ଡାକି ରାମ ମନ୍ଦିରର ଶୁଦ୍ଧିକରଣ କରାଯିବ।
ଏତଦ୍ବ୍ୟତୀତ ଅଯୋଧ୍ୟାର ସେହି ସ୍ଥାନରେ ରାମ ଦରବାର ସ୍ଥାପିତକ ରାଯିବ ଯେଉଁଠାରେ ଭଗବାନ ରାମଙ୍କ ମୂର୍ତ୍ତି ନୁହେଁ ବରଂ ରାମଲାଲାଙ୍କ ବାଳୁତ ରାମରୂପ ପ୍ରତିମା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇନକୁ ଉଲଙ୍ଘନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ମୁଖ୍ୟ କର୍ତ୍ତା ସାଜିଥିଲେ । ସୁତରାଂ ଇଣ୍ଡିଆ ମେଣ୍ଟ ସରକାର ଆସିଲେଧାର୍ମିକ ପ୍ରଥା ଅନ୍ତର୍ଗତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇବ ବୋଲି ପାଟୋଲ କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରାମ ମନ୍ଦିରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ମୋଦୀ କହିଥିଲେ କି, ଭୋଟର ଚଳିତ ନିର୍ବାଚନରେ ବିଜେପିକୁ ୪୦୦ ଆସନରେ ବିଜୟୀ କରାଇବେ, ନହେଲେ କଂଗ୍ରେସ ରାମ ମନ୍ଦିରରେ ତାଲା ଲଗାଇଦେବ। ପ୍ରକାଶ, ୨୦୨୪ଲୋକସଭା ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ପକ୍ଷରୁ ରାମମନ୍ଦିର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ ଯୋଗନଦେବାକୁ ନେଇ ଏକାଧିକ ଥର ପ୍ରଶ୍ନ ଉଠାଯାଇଥିବା ବେଳେ ପାଟୋଲ୍ଙ୍କ ଏପ୍ରକାର ବିବୃତ୍ତି ସାମ୍ନାକୁ ଆସିଛି ।
ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ କହିଛନ୍ତି ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ବେଆଇନ୍ ଭାବେ
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ସାଜିଥିଲେ । ବିଜେପି ସରକାର ରାମ ମନ୍ଦିର ନିର୍ମାଣରେ ପ୍ରୋଟୋକଲ ବିରୋଧରେ କାର୍ଯ୍ୟ କରିଛନ୍ତି ଏବଂ ଆମେ ଏହାକୁ ଧର୍ମ ମାଧ୍ୟମରେ ସଂଶୋଧନ କରିବୁ ବୋଲି ନାନା ପାଟୋଲ୍ କହିଛନ୍ତି।