Sunstar TV
ଭୁବନେଶ୍ୱର : ସରିଛି ମୋଦିଙ୍କ ଭୁବନେଶ୍ୱର ଗସ୍ତ । ଗତକାଲି ମୋଦି ଭୁବନେଶ୍ୱରରେ ରୋଡ ଶୋ କରିସାରିବା ପରେ ରାତ୍ରି ଯାପନ ପାଇଁ ପହଁଞ୍ଚିଥିଲେ ରାଜଭବନରେ । ସେଠାରେ ତାଙ୍କୁ ରାଜକୀୟ ଢଙ୍ଗରେ କରଯାଇଥିଲା ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ରାତିରେ ରାଜଭବନରେ ପରଷା ଯାଇଥିଲା ଓଡିଆ ଖାଦ୍ୟ । ଆଉ ଯାହାକୁ ଖାଇ ବେଶ ଖୁସି ପ୍ରକଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ମୋଦି କହିଥିଲେ ଖାଦ୍ୟ ଖୁବ ସ୍ୱାଦିଷ୍ଟ ହୋଇଛି । ମୋଦିଙ୍କୁ ଦିଆଯାଇଥିଲା ରୁଟି ସନ୍ତୁଳା । ପିତଳ ଥାଳିରେ ପରଷା ଯାଇଥିଲା ରୁଟି ସନ୍ତୁଳା । ତା ସହ ପରଷା ଯାଇଥିଲା ଛତୁ ବରା, ଡାଲମା ଆଉ ଦହି କରଡି । ସେହିପରି ସକାଳ ଜଳଖିଆରେ ଖାଇଥିଲେ ପରଟା ଓ ସଜନା ଶାଗ ଭଜା । ତା ସହ ଦୋଷା, ଚକୁଳି , ଘୁଘୁନି , ଚଟଣୀ ଫଳ ଓ ଜୁସ୍ ଦିଆଯାଇଥିଲା । ତେବେ ଏସବୁ ଖାଦ୍ୟ ମୋଦିଙ୍କ ପାଇଁ ମେଫେୟାର୍ ସେଫ୍ କରିଥିଲେ ପ୍ରସ୍ତୁତ । ଯାହା ଅତ୍ୟନ୍ତ ସୁଆଦିଆ ଥିଲା ବୋଲି କହିଥିଲେ ମୋଦି । ଗତକାଲି ମୋଦିଙ୍କ ରୋଡ ଶୋ ଶେଷ ହେବାପରେ ସେ ସିଧା ରାଜଭବନରେ ପହଁଞ୍ଚିଥିଲେ । ଆଉ ସେଠାରେ ରାତି ୯.୩୦ ମିନିଟରେ କରିଥିଲେ ରାତ୍ରି ଭୋଜନ । ଆଉ ଆଜି ସକାଳ ୬.୩୦ ମିନିଟରେ ମୋଦି କରିଥିଲେ ସକାଳ ଭୋଜନ ବା ବ୍ରେକ ଫାାଷ୍ଟ । ଏହାପରେ ମୋଦି ସକାଳ ୮.୩୦ ମିନିଟରେ ଭୁବନେଶ୍ୱରରୁ ବାହାରି ଯାଇଥିଲେ ଫୁଲବାଣୀକୁ । ଆଜି ୩ଟି ଜିିଲ୍ଲାରେ ମୋଦି କରିବେ ପ୍ରଚାର । ଫୁଲବାଣୀ, ବଲାଙ୍ଗୀର, ବରଗଡରେ ମୋଦି କରିବେ ନିର୍ବାଚନୀ ପ୍ରଚାର । ଆଉ ୩ଟା ଜିଲ୍ଲାରେ ପ୍ରଚାର ପରେ ଫେରିଯିବେ ମୋଦି । ତେବେ ମୋଦିଙ୍କ କାଲି ଓଡିଶା ଗସ୍ତ ନେଇ ବେଶ ଚଳଚଞ୍ଚଳ ଥିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର । ଚାରି ଆଡେ ଶୁଭୁଥିଲା ମୋଦି । ଏପରି ଲାଗୁଥିଲା କାଲି ଭୁବନେଶ୍ୱର ମୋଦିମୟ ହୋଇଥିଲା । ଝଲସୁଥିଲା ଭୁବନେଶ୍ୱର ଗେରୁମୟ ହୋଇଥିଲା ରାଜଧାନୀ । ତେବେ ନିର୍ବାଚନ ସମୟରେ ମୋଦିଙ୍କ ଓଡିଶାଗସ୍ତ ଏହା ୨ୟଥର ଥିଲା ।