Sunstar Tv
Odisha Politics: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଭୋଟ ପୂର୍ବରୁ ଘରେ ୩୬୩୬ ଭୋଟର ଭୋଟ ଦେଇଛନ୍ତି। ମେ ୧୩ରେ ଚାରୋଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ।
ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ। ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ। ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉର୍ଦ୍ଧ୍ବ ଭୋଟର ରହିଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି।
କୋରାପୁଟ ସଂସଦୀୟରେ ସର୍ବନିମ୍ନ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ରହିଥିବା ବେଳ ଧର୍ମଗଡ଼ ସର୍ବାଧିକ ଭୋଟର ରହିଛନ୍ତି। ୧୨୯୪ ଶତାୟୁ ଭୋଟର । ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ।
ଆଦର୍ଶ ବୁଥ ୧୨୭୬ ରହିଛି । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ରହିଛନ୍ତି। କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧ ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ରହିଛନ୍ତି। ୬୦% ବୁଥରେ ଲାଇଭ୍ ଷ୍ଟ୍ରିମ ହେବ।
ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲାଟ ବ୍ୟବହାର ହେବ। ୧୮ ୫୩୯ ବାଲାଟ ୟୁନିଟ।
୧୨ ସହ ପୋଲିଂ ଷ୍ଟେସନରେ ୪ ଟା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ। ୫ ଟା ପଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବ।
୨୫୭୫ ବୁଥରେ ୬ ଟା ପର୍ଯ୍ୟନ୍ତ ମତଦାନ ହେବ। ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ କ୍ରିଟିକାଲ ଷ୍ଟେସନ ରହିଛି। ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିଯୁକ୍ତ କରାଯାଇଛି।