SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଆଜି ହେଉଛି ଅକ୍ଷୟତୃତୀୟା, ଆଜିର ଦିନଟିର ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଅକ୍ଷୟତୃତୀୟା ଦିନଟିରେ ଚାଷୀ ବିଲକୁ ଅକ୍ଷିମୁଠି ନେଇ ଯାଇଥାଏ ଏବଂ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ l ଏବଂ ଆଜିର ଦିନରେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଚନ୍ଦନଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଥାଏ l ଏବଂ ଆଜିର ଦିନରେ ପ୍ରଭୁଙ୍କର ରଥ ନିର୍ମାଣ କାର୍ଯ୍ୟ ରଥ ଖଳାରେ ଆରମ୍ଭ ହୋଇଥାଏ l ତେଣୁ ହିନ୍ଦୁ ଧର୍ମଶାସ୍ତ୍ର ମତରେ ଅକ୍ଷୟତୃତୀୟା ଗୋଟିଏ ପୁଣ୍ୟ ଦିନ ଅଟେ, ପ୍ରକାର ଶୁଭ କାର୍ଯ୍ୟ କରାଗଲେ ଶୁଭଫଳ ପ୍ରାପ୍ତି ହୋଇଥାଏ l ଆଜିର ଦିନରେ ନୂତନ ବ୍ୟବସାୟ ଆରମ୍ଭ, ନୂତନ ଗୃହ ନିର୍ମାଣ କାର୍ଯ୍ୟ, ଭୂମି ପୂଜନ, ଗୃହ ପ୍ରବେଶ ପାଇଁ ଗୋଟିଏ ଶୁଭଦିନ ଅଟେ l ତେଣୁ ଆମେ ଯଦି ଆଜିର ଦିନରେ କିଛିଟା ଶୁଭ କାର୍ଯ୍ୟ କରିବା ତେବେ ଜିବନର ସମସ୍ତ କଷ୍ଟ ଓ ଯନ୍ତ୍ରଣା ଦୂର ହୋଇଥାଏ l
ଅକ୍ଷୟତୃତୀୟା ରେ କରନ୍ତୁ ଏହିସବୁ ମହା ଉପାୟ –
– ଆଜିର ଦିନରେ ଦକ୍ଷିଣାବର୍ତି ଶଙ୍ଖ ପୂଜନ ଖୁବ ଶୁଭ ଅଟେ l ଏହାଛଡା ଆଜିର ଦିନରେ ଭଗବାନ ବିଷ୍ଣୁଙ୍କୁ ପୂଜନ ଓ ଅଭିଷେକ ର ଅନେକ ମହତ୍ୱ ରହିଛି l ବିଷ୍ଣୁଙ୍କୁ ଦୁଗ୍ଧ, ଦହି ଓ ଘୃତ ରେ ଅଭିଷେକ କରିବା ଦ୍ୱାରା ଜିବନର ସମସ୍ତ କଷ୍ଟ ଦୂର ହୋଇଥାଏ l
– ଯେଉଁ ମାନଙ୍କ ଘରୁ ମାତା ଲକ୍ଷ୍ମୀଙ୍କ କୃପା ଦୁରେଇ ଯାଇଛି କିମ୍ବା ରୋଜଗାର ସମ୍ବନ୍ଧୀୟ ସମସ୍ୟା ଦେଖା ଯାଉଛି ଏହି ଦିବ୍ୟ ମନ୍ତ୍ରକୁ ଜପ କରନ୍ତୁ , ‘ଓଂ ନମୋ ଭାଗ୍ୟ ଲଖ୍ମୈ ଚ ବିଦ୍ମହେ ଅଷ୍ଟ ଲଖ୍ମୈ ଚ ଧୀମହୀ ତନ୍ନ ଲଖ୍ମୈ ପ୍ରଚୋଦୟାତ ‘ ମନ୍ତ୍ରକୁ ୫୧ ଥର ଜପ କରନ୍ତୁ l ଅକ୍ଷୟତୃତୀୟା ଦିନ ଏହି ଦିବ୍ୟ ମନ୍ତ୍ରକୁ ପାଠ କରିବା ଦ୍ୱାରା ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l
– ଆଜିର ଦିନରେ ଯେଉଁ ବ୍ୟକ୍ତି ହଳଦିଆ ବସ୍ତ୍ର ଧାରଣ କରି ମାତା ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର ସ୍ଥାପନା କରି, ପଂଚମୁକ୍ଷୀ ଘିଅ ଦୀପ ଜଳାଇ, ମା ଲକ୍ଷ୍ମୀ ଙ୍କ ସମୁଖରେ ଓଂ କମଳବାସୀନୈ ଶ୍ରୀ ଶ୍ରୀଏୟୀ ନମଃ ‘ ମନ୍ତ୍ରଟିକୁ ୧୦୮ ଥର ପାଠ କରନ୍ତୁ l ଏବଂ ଶ୍ରୀଯନ୍ତ୍ର ଉପରେ ପଦ୍ମ ଫୁଲ ଅର୍ପଣ କରନ୍ତୁ l ପୂଜା ସମାପନ ହେବା ପରେ ଉକ୍ତ ଶ୍ରୀଯନ୍ତ୍ର କୁ ବ୍ୟବସାୟ ପ୍ରତିଷ୍ଠାନ ହେଉ କିମ୍ବା ଘରେ ହେଉ ରଖି ଦିଅନ୍ତୁ l ଏହାଦ୍ୱାରା ଆପଣଙ୍କର ସମସ୍ତ ମନୋସ୍କାମନା ପୁର୍ଣ ହେବ l
– ଯଦି ଆପଣଙ୍କ ବ୍ୟବସାୟ, ଦୋକାନ କିମ୍ବା ଫ୍ୟାକ୍ଟ୍ରି ଠିକ ଭାବରେ ଚାଲୁ ନାହିଁ, ତେବେ ଗୋଟିଏ ରୂପା ସିନ୍ଦୁର ଫରୁଆରେ ସିନ୍ଦୁର ରଖି ତା ଉପରେ ୧୧ ଟି ଗୋମତୀ ଚକ୍ର ରଖି ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରି ନିଅନ୍ତୁ l ଏବଂ ଏଥି ସହିତ କୌଣସି ମିଠା ଦ୍ରବ୍ୟ ମଧ୍ୟ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l
– ଅକ୍ଷୟତୃତୀୟା ଦିନ ଆପଣ ମାଲକ୍ଷ୍ମୀ ଙ୍କର ଅପାର କରୁଣା ଲାଭ କରିବା ପାଇଁ ଲକ୍ଷ୍ମୀ ଙ୍କର ଏକାକ୍ଷରୀ ମନ୍ତ୍ର ‘ଶ୍ରୀମ’ ପାଠ କରନ୍ତୁ l ମାନ୍ୟତା ରହିଛି ଯେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀ ସ୍ୱୟଂ ଦର୍ଶନ ଦିଅନ୍ତି l