Sunstar Tv
ମେଷ- ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିବେ।
ବୃଷ- ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବାପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ କ୍ୟାରିୟର ପାଇଁ ଯୋଜନା କରିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।
ମିଥୁନ- ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। କେଉଁ ଉପାୟରେ, କାହା ମାଧ୍ୟମରେ ଅଭିଳଷିତ ଅର୍ଥ ଓ ଦ୍ରବ୍ୟ ଲାଭ କରିପାରିବେ ସେହି ଚିନ୍ତା କରିପାରନ୍ତି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପୁନର୍ବସୁ ନକ୍ଷତ୍ର ଶିଳ୍ପ, ବାଣିଜ୍ୟ,ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ- ଆଜି ଘରର ସ୍ଥଗିତ କାମ ସମ୍ପନ୍ନ କରିବା ସାଙ୍ଗକୁ କର୍ମକ୍ଷେତ୍ରର ଦାୟିତ୍ୱ ପ୍ରତି ଯନତ୍ବାନ ହେବାକୁ ପଡିବ। ଅସ୍ଥିରତାଜନିତ ଅଶାନ୍ତି ଉପଲବ୍ଧି କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ସକାଶେ ଦୂରଯାତ୍ରା, ବିଶିଷ୍ଟବ୍ୟକ୍ତିଙ୍କ ସହ ଆଲୋଚନା ଓ ବନ୍ଧୁମିଳନ ଘଟିପାରେ। ଭାଇ, ବନ୍ଧୁଙ୍କ ସହଯୋଗରେ କାମ କରିବାର ସୁଯୋଗ ଲାଭ କରି ଖୁସି ହେବେ।
ସିଂହ- ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଫିସ୍ କାର୍ଯ୍ୟ ଯୋଗୁଁ ଦୂରଯାତ୍ରା ପାଇଁ ସୁଯୋଗ ପାଇପାରନ୍ତି। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ।
କନ୍ୟା- କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।
ତୁଳା- କୌଣସି କାର୍ଯ୍ୟରେ ସଫଳତା ନପାଇ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମହିଳାମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିବେ।
ବିଛା- ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ।
ଧନୁ- ପାରିବାରିକ ସମ୍ପର୍କ ମଜଭୁତ ହେବ। ନୂତନ ବ୍ୟବସାୟ ପାଇଁ ଚିନ୍ତା କରିବେ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ ।
ମକର- ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି କରିବ। ପ୍ରିୟଜନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ। ଶ୍ରବଣା ନକ୍ଷତ୍ର ନିଜର ସହନଶୀଳତା ଗୁଣରୁ ପ୍ରତ୍ୟେକ ସ୍ତରରେ ପ୍ରଶଂସିତ ହେବେ।
କୁମ୍ଭ- କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯଦ୍ଦ୍ବାରା କି ଆପଣଙ୍କୁ ଉପରିସ୍ଥଙ୍କ କଡ଼ାକଥା ଶୁଣିବାକୁ ପଡିପାରେ। ପରିବାର ଖର୍ଚ୍ଚ ତୁଲାଇବା ସକାଶେ ଧାର ଉଧାର କରିବାକୁ ପଡିବ। ସଙ୍ଗ ଦୋଷରୁ ନୀଚ୍ଚବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଶତଭିଷା ନକ୍ଷତ୍ରର ପ୍ରିୟଜନଙ୍କ ସହିତ ବନ୍ଧୁଙ୍କ ଭ୍ରମଣ ସୁଯୋଗ ଜୁଟିବ।
ମୀନ- ବିଭିନ୍ନ ସ୍ତରରେ ଛୋଟବଡ଼ ସମସ୍ୟା ରହିଥିଲେ ମଧ୍ୟ ଆଜିର କର୍ମକ୍ଷେତ୍ରକୁ ତାହା ପ୍ରଭାବିତ କରିବ ନାହିଁ। ଉତରଭାଦ୍ର ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ଆତ୍ମୀୟଙ୍କ ସହ ଯଥା ସମ୍ଭବ ସମ୍ପର୍କ ରଖିବା ଆଗାମୀ ସମୟ ସକାଶେ ହିତକର ହେବ।