Sunstar Tv
2000 Note: ନୋଟବନ୍ଦୀ ପରେ ଲୋକେ ନିଜ ନିକଟରେ ରଖିଥିବା ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ଜମା କରିଥିଲେ। ହେଲେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନଙ୍କ ନିକଟରେ ବର୍ତ୍ତମାନ ମଧ୍ୟ ୨ ହଜାର ଟଙ୍କିଆ ନୋଟ ରହିଯାଇଛି।
ଏମିତି ପରିସ୍ଥିତିରେ ସେହି ଲୋକମାନଙ୍କର ଚିନ୍ତା ରହୁଛି ଯେ ସେମାନେ ଏହି ନୋଟକୁ କଣ କରିବେ। ଯଦି ଆପଣ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ଗତବର୍ଷ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇ ଥିଲା ଯେ ୨ ହଜାର ଟଙ୍କାର ନୋଟ ବନ୍ଦ ହୋଇଯିବ।
ଏହି ନୋଟକୁ ଜମା କରିବାର ଶେଷ ତାରିଖ ୨୦୨୩ ଅକ୍ଟୋବର ମାସ ଥିଲା। କିନ୍ତୁ ବର୍ତ୍ତମାନ ଆପଣ ଭାରତୀୟ ଡାକ ବିଭାଗ ମାଧ୍ୟମରେ ଏହି ନୋଟକୁ ବଦଳାଇ ପାରିବେ। ଏଥିପାଇଁ ଜଣେ ବ୍ୟକ୍ତି ଡାକ ଘରେ କେବଳ ୧୦ଟି ନୋଟ ବଦଳାଇପାରିବେ।
ଡାକ ଘରେ ଜମା କରନ୍ତୁ ଫର୍ମ –
ସେଥିପାଇଁ ଆପଣଙ୍କୁ RBI କିମ୍ବା ଭାରତୀୟ ଡାକ ବିଭାଗ ର ୱେବସାଇଟ www.indiapost.gov.in ନୋଟ ପରିବର୍ତନ କରିବାର ଫର୍ମ ଡାଉନଲୋଡ଼ କରିବାକୁ ପଡିବ l
ଏହି ଫର୍ମ ରୁ ୩ଟି ଫର୍ମ ପ୍ରିଣ୍ଟ କରିବେ ଓ ଏହାକୁ ଫିଲ ଅପ କରି ସେଥିରେ ନୋଟ ର ସଂଖ୍ୟା ଲେଖିବେ। ଫର୍ମ ସହିତ ପାନ୍ କାର୍ଡ, ଓ କ୍ୟାନସେଲ ଚେକ୍ ଆଟାଚ୍ କରିବାକୁ ହେବ। ଏହାପରେ ସମସ୍ତ ଡକୁମେଣ୍ଟ ସହିତ ନୋଟକୁ ନେଇ ଡାକଘରେ ଜମା କରିପାରିବେ।
ମିଳିଥିବା ସୂଚନା ଅନୁସାରେ ଡାକବିଭାଗ ପକ୍ଷରୁ ପ୍ରତ୍ୟେକ ୨ ହଜାର ଟଙ୍କା ବାବଦରେ ୧୫୦ ଟଙ୍କା ଜୋରିମାନା ନିଆଯିବ। ଏହା ବଦଳରେ ଆପଣଙ୍କୁ ଗୋଟିଏ ରସିଦ ମଧ୍ୟ ଡାକ ବିଭାଗ ପକ୍ଷରୁ ଦିଆଯିବ।